ଜିଲ୍ଲା ଭାଜପାର ସାଙ୍ଗଠନିକ ନିବାଚନ କର୍ମଶାଳା

0
220

ପାରଳାଖେମୁଣ୍ଡି ୨୦/୯–ଆଗାମୀ ନିର୍ବାଚନ ସବୁକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ନିର୍ବାଚନ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାଜପା ଜିଲ୍ଲା ସଭାପତି ଜି. ଭେଙ୍କଟରାବଣାଙ୍କ ସଭାପତିତ୍ବରେ ଭାଜପା ରାଜ୍ୟ ପ୍ରଭାରି ତଥା ଗଜପତି ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଅନନ୍ତ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଭାଜପା ଦଳ ମଧ୍ୟରେ ରାଜ୍ୟରେ ନିକଟ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ସ୍ତରରେ ନିର୍ବାଚନ ପ୍ରକ୍ରିୟା ସମ୍ପକରେ ବିସୃତ ସୂଚନା ଦେଇଥିଲେ। ଅନ୍ୟ ପକ୍ଷରେ ଦଳୀୟ ସଦସ୍ୟ ବୃଦ୍ଧି କରିବା , ପ୍ରତି ଗ୍ରାମ୍ୟ ଓ ବୁଥ୍ ସ୍ତରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ଉପରେ ଲୋକମାନଙ୍କୁ ସଚେତନ କରାଇବା ଓ ଦଳ ସାଙ୍ଗଠନିକ ଶକ୍ତିକୁ ମଜଭୁତ କରି ନରେନ୍ଦ୍ର ମୋଦି ସରକାରଙ୍କ ହାତ ମୁଠାକୁ ଟାଣ ପାଇଁ ଆହ୍ବାନ କରିଥିଲେ। ଭାଜପା ଜିଲ୍ଲା ସଭାପତି ଜିଲ୍ଲା ଗଠନ ହୋଇଥିବା ମଣ୍ଡଳ ସ୍ତରୀୟ ନେତୃବର୍ଗଙ୍କ ତାଲିକା ପାଠ ସେମାନଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ। ଭାଜପା ଜିଲ୍ଲା ସାଧାରଣ ସଂପାଦକ ଜଗନ୍ନାଥ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ପ୍ରରଭିକ ସୂଚନା ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣି ବେହେରା, କାଶିନଗର ବ୍ଲକ୍ ଅଧକ୍ଷ ଚିତ୍ର ସିମାଦ୍ରି, ମୋହନା ପୂବତନ ବିଧାୟକ ବାସନ୍ତି ମଲିକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି. ଲତା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ସିଦ୍ଧେଶ୍ଵର ମିଶ୍ର ,ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣିମା ସାହୁ, ପି. କ୍ରୀଷ୍ଣା ପ୍ରମୁଖ ବହୁ ସଂଖ୍ୟାରେ ଜିଲ୍ଲା ଓ ବ୍ଲକ ସ୍ତରିୟ ନେତ୍ରବଗ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here