ମୋ ନିବେଦନ କାର୍ଯ୍ୟକ୍ରମ ଅଭିଯୋଗ ଶୁଣାଣି

0
406

ହିଞିଳିକାଟୁ ୨୦/୯( ପ୍ରିୟବ୍ରତ ପଣ୍ଡା) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଅଭିଯୋଗ ଶୁଣାଣୀ ‘ମୋ ନିବେଦନ’ କାର୍ଯ୍ୟକ୍ରମ । ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛନ୍ତି ।ଏନେଇ ହିଞିଳିକାଟୁ ବ୍ଳକ ପ୍ରଶାସନ ତରଫରୁ ଶୁକ୍ରବାର ୪ର୍ଥ ପର୍ଯ୍ୟାୟରେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ବେଲଗାଁ ଗ୍ରାମପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ବେଲଗାଁ ସମେତ ଗଣ୍ଡଳା, ଦୁର୍ବନ୍ଧ, ସାହାପୁର, ଭାବନ୍ଧ ଆଦି ୫ଟି ପଞ୍ଚାୟତକୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା । ଏହି ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ସରପଞ୍ଚ ତ୍ରିନାଥ ପାଣିଗ୍ରାହୀ, ଗଣ୍ଡଳା ଗୌରୀ ସାହୁ, ଭାବନ୍ଧ,ଦୁର୍ବନ୍ଧ ଓ ଶାହାପୁର ସରପଞ୍ଚ ,ଏଇ ହେମନ୍ତ କୁମାର ହୋତା, ସାମାଜିକ ନିରାପତା ଅଧିକାରୀ ଭୀମସେନ ବାରିକ, ଏବିଇଓ ବିଶ୍ୱନାଥ ମହାରଣା ,ପ୍ରାଣୀ ଚିକିତ୍ସକ ଲମ୍ବୋଦର ମହାପାତ୍ର, ବେଲଗାଁ ଚିକିତ୍ସାଅଧିକାରୀ ଡ଼. ଅନିଲ କୁମାର ରଥ, ମୃତ୍ୟୁଂଜୟ ପାଣିଗ୍ରାହୀ, ହେଲଥ୍ ସୁପରଭାଇଜର ଅଶୋକ ମିଶ୍ର, ରାଜସ୍ୱ ସୁପରଭାଇଜର ପୁରୁଷୋତମ ରେଡ୍ଡି, କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପାଢି, ପ୍ରମୁଖ ଉପସ୍ଥିତରେ ଗଣ୍ଡଳା ଗ୍ରାମ ପଂଚାୟତର ସମୁଦାୟ ୧୭୨ଟି, ବେଲଗାଁର ୧୧୮ ଟି, ଭାବନ୍ଧର ୪୬ଟି, ଦୁର୍ବନ୍ଧର ୧୭ ଟି ଓ ସାହାପୁର ଗ୍ରାମ ପଂଚାୟତର ୧୪ ଟି ସର୍ବମୋଟ ୩୬୭ ଟି ଅଭିଯୋଗର ଶୁଣାଣୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ ବିଭାଗୀୟ ଅଧିକାରୀ ଶୁଭଦ୍ମିତା ସାହୁ, ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ ,ସୁଧାଂଶୁ ସାହୁ, ରାଜେଶ ସାହୁ, ଶ୍ରୀକାନ୍ତ ସାହୁ,ଭିଏଲଡ଼ବ୍ଳ୍ୟୁ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ବହୁ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here