ଭାଜପା ପକ୍ଷ ରୁ ଆସନ୍ତା ୨୩ ରେ “ରାଷ୍ଟ୍ରୀୟ ଏକତା ଅଭିଯାନ”

0
198

ବ୍ରହ୍ମପୁର, ୨୧/୯-ଭାରତୀୟ ଜନତା ପାର୍ଟି କେନ୍ଦ୍ର ନିଷ୍ପତ୍ତି ଅନୁଯାୟୀ ଜାମ୍ମୁ କାଶ୍ମୀର ରେ ଧାରା ୩୭୦ ଓ ୩୫ଏ ଅନୁଛେଦ ଉଛେଦ ପରେ “ରାଷ୍ଟ୍ରୀୟ ଏକତା ଅଭିଯାନ ” ସଂକ୍ରାନ୍ତୀୟ ଜନ ଜାଗରଣ କାର୍ଯ୍ୟକ୍ରମ ସାରା ଭାରତ ବର୍ଷ ରେ ଅନୁଷ୍ଠିତ ହେଉଛି। ଏହି ପର୍ଯ୍ୟାୟରେ ଅାସନ୍ତା ୨୩ ତାରିଖ ଦିନ ସଂନ୍ଧ୍ଯା ୪ଘଣ୍ଟା ସମୟ ରେ ସ୍ଥାନୀୟ ଡାଇମଣ୍ଡ ଜୁବିଲି ଟାଉନ୍ ହଲ୍ ରେ ଜନଜାଗରଣ ସଭା ଅନୁଷ୍ଠିତ ହେବ ବୋଲି ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି କାହ୍ନୁ ଚରଣ ପତି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ପ୍ରଦାନ କରିଛନ୍ତି। ଏହି ଜାଗରଣ ସଭା ରେ ପୂର୍ବତନ ସାସଂଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଏହି ଅଭିଯାନ ର ରାଷ୍ଟ୍ରୀୟ ସଦସ୍ଯ ବୈଜୟନ୍ତ ପଣ୍ଡା, କେଉଁଝର ବିଧାୟକ ମୋହନ ଚରଣ ମାଝି , ବ୍ରହ୍ମପୁର ସାସଂଦ ପ୍ରାର୍ଥୀ ଭ୍ରୂଗୁ ବକ୍ସିପାତ୍ର ସମେତ ଜିଲ୍ଲା ର ସମସ୍ତ ବିଧାୟକ ପ୍ରାର୍ଥୀ ଯୋଗ ଦେବେ ବୋଲି ଜିଲ୍ଲା ସଭାପତି ସୁଚନା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here