ରାଜମାତା ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ।

0
205

ଦିଗପହଣ୍ଡି (ଆପ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେ ଶୁକ୍ରବାର ଦିନ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ରାଜମାତା ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଦିନିକିଆ ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଶିକ୍ଷା ଗଞ୍ଜାମ ଛତ୍ରପୁର ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏବିଇଓ ବାଳାମାଝୀଙ୍କ ସଂଯୋଜନାରେ ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଳକର ଆଙ୍କୋରଡା , ଦିଗପହଣ୍ଡି ଏନ୍ ଏସି ,ଗୋକର୍ଣ୍ଣପୁର , ସିଦ୍ଧେଶ୍ୱର ଆଦି ୪ ଟି କ୍ଳଷ୍ଟର ପ୍ରାୟ ୪୪ ଜଣ ପ୍ରଧାନଶିକ୍ଷକ/ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ଏଥିସହ ପ୍ରଥମ ପର୍ଯ୍ୟାୟରେ ପ୍ରତି ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟ , ଶିକ୍ଷଣ କାର୍ଯ୍ୟର ତଦାରଖ କିପରି କରିପାରିବେ ତାହା ” ଶାଲା ଶିଦ୍ଧି” ଅନଲାଇନ ମାଧ୍ୟମରେ ସ୍ବମୂଲ୍ଯାୟନ କରିପାରିବେ ତାହା ବିଷୟରେ ଉକ୍ତ ଶିବିରରେ ଆଲୋଚନା କରାଯାଇଥିଲା । ଶେଷରେ ଏନ୍ ଏସି ସିଆରସିସି ଉପେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ରସାନନ୍ଦ ଘଡେ଼ଇ , ବିଶ୍ରବା ପାଇକ , ଏସ୍. ଟିକରପଡ ସିଆରସିସି ନୃସିଂହ ପ୍ରସାଦ ପାଠୀ , ବାବୁଲାଲ ନାୟକ , ଏନ୍ ଏସ ସଂଯୋଜକ ଡି. ସନ୍ତୋଷ ଦୋରା ସମେତ ସମସ୍ତ ସିଆରସିସିମାନେ ଉପସ୍ଥିତ ଥିଲେ ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here