ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କୁଳସଚିବ ଙ୍କୁ ଦାବି ପତ୍ର

0
195

 

ବ୍ରହ୍ମପୁର, ୨୧/୯- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ କୁଳସଚିବ ରଞ୍ଜନ କୁ ବିଶ୍ଵାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ଗତ କାଲି ଯୋଉ ହିଂସା ହୋଇ ଥିଲା ଏଥି ଯୋଗୁଁ ବିଶ୍ୱବିଦ୍ୟାଳୟ ରେ ଆସନ୍ତି ର ମାହୋଲ ଦେଖା ଯାଇଛି ଯାହା ଫଳରେ ସାଧାରଣ ଛାତ୍ରଛାତ୍ରୀ ଛାତ୍ରାବାସ ଛାଡ଼ିବା ସହ ଭୟର ବାତାବରଣ ସ୍ରୁଷ୍ଟି ହୋଉଛି। ଗତ କାଲିର ଘଟଣା ଯେ ବହୁବାର ଘଟିଛି ମାତ୍ର କର୍ତ୍ତୁପକ୍ଷ ପୁଲିସ ଭରସା ରେ ରହି ନିଜ ଦୋଷ ଲୁଚାଉଛନ୍ତି, ସେମାନଙ୍କ ବିରୁଦ୍ଧ ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିୟା ନ ଯିବା ଦୁଖଃ ର ବିଷୟ। ଯାହାଫଳରେ ବିଶ୍ୱବିଦ୍ୟାଳୟ ପରିସର ଅପରାଧିକ ପୃଷ୍ଠଭୂମି ଥିବା ଲୋକ ମାନଙ୍କ ଚରାଭୂଇଁ ପାଲଟିଛି। ଏହାଫଳରେ ବିଶ୍ୱବିଦ୍ୟାଳୟ ର ଏୈତିହ ନଷ୍ଟ ହେବା ସହ ପାଠ ପଢା ବାଧାପ୍ରାପ୍ତ ହେଉଛି, ପରିଷଦ ପକ୍ଷରୁ କୁହାଯାଇଛି ଯଦି ଆଗାମୀ ଦିନ ରେ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିୟା ଯାଏ ତାହା ହେଲେ ବିଶ୍ୱବିଦ୍ୟାଳୟ କତୃପକ୍ଷ ଙ୍କ ବିରୁଦ୍ଧରେ ଆନ୍ଦୋଳନ କୁ ଜୋର କରାଯିବ।ଏଥିରେ ତୁତୁନ୍ ପାତ୍ର, ଅନନ୍ତ ପ୍ରଧାନ, ଚଟ୍ଟରାଇ ହାଁସଦା, ସ୍ମୃତିସୁଦ୍ଧା ସାହୁ, ଦିବ୍ୟଜ୍ୟୋତି ନାୟକ, ପୁଷ୍ପେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here