ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ଦିନ ଏକ ସାଂଗଠନିକ ନିର୍ବାଚନୀ କର୍ମଶାଳା ଅଞ୍ଚଳଠାରେ ଅନୁଷ୍ଠିତ

0
201

ଦିଗପହଣ୍ଡି (ଆପ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ଦିନ ଏକ ସାଂଗଠନିକ ନିର୍ବାଚନୀ କର୍ମଶାଳା ଅଞ୍ଚଳଠାରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ପକ୍ଷରୁ ବିଧାୟକା ପ୍ରାର୍ଥୀ ହେଇଥିବା ଶ୍ରୀମତୀ ପିଙ୍କି ପ୍ରଧାନ ଅଧ୍ଯକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଦାଧିକାରୀ ତଥା ଗଞ୍ଜାମ ଜିଲ୍ଲା ଏଡିଆରଓ ଶ୍ରୀ ଯୁକ୍ତ ପ୍ରତାପ ମିଶ୍ର ଏବଂ ରାଜ୍ୟସାଧାରଣ ସଂପାଦକ ତଥା ସ୍ଥାନୀୟ ଲୋକସଭା ପ୍ରାର୍ଥୀ ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର ଯୋଗଦେଇ ସାଂଗଠନିକ ନିର୍ବାଚନର ବିଧିବ୍ଯବସ୍ଥା ଗୁଡିକୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଜିଲ୍ଲା ପଦାଧିକାରୀ ଶ୍ରୀଯୁକ୍ତ ରାଜେଶ ସାହୁ ଏବଂ ରବି ସାହୁ ଉପସ୍ଥିତ ରହି ସଦସ୍ଯତା ଅଭିବୃଦ୍ଧିର କୌଶଳକୁ ଆଲୋଚନା କରିଥିଲେ ।ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ସୂର୍ଯ୍ଯନାରାୟଣ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। ବହୁ ମଣ୍ଡଳ ସଭାପତି ସହ ଶତାଧିକ କର୍ମୀ ଯୋଦଦାନ ଦେଇ ଉଦ୍ଦେଶ୍ଯକୁ ଫଳପ୍ରଦ କରିଥିଲେ । ମଣ୍ଡଳ ସଭାପତି ବାପି ପ୍ରାଧାନ, ସିମାଞ୍ଚଳ ପାଣିଗ୍ରାହୀ, ରବୀନ୍ଦ୍ର ବରାଡ, ରବିରଣା, ରାମପ୍ରଧାନ, ଆଇନଜୀବି କୁଞ୍ଜବିହାରୀ ପଣ୍ଡା, ଶିବରାମପାତ୍ର, ପ୍ରମୂଖ ଉପସ୍ଥିତ ଥିଲେ

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here