ଆନ୍ଧ୍ରପ୍ରଦେଶ ଓ ଓଡିଶା ସୀମା କୁ ନେଇ ବିବାଦ

0
214

ପାରଳାଖେମୁଣ୍ଡି ୨୧/୯– ପୁଣି ସୀମାକୁ ବିବାଦକୁ ନେଇ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅଶାନ୍ତି ପରିସ୍ଥିତି। ଏଥିର କିନ୍ତୁ ସରକାର ସ୍ତରରେ ନୁହେଁ ବରଂ ଉଭୟ ରାଜ୍ୟ ର ସୀମାନ୍ତ ବର୍ତ୍ତୀ ଗାଁରେ ରହେଉଥିବା ଲୋକଙ୍କ ମଧ୍ୟରେ ଅଶାନ୍ତି । ଆନ୍ଦ୍ରର ସିଙ୍ଗିପୁର ଗାଁରେ ରହୁଥିବା କିଛି ଅଣ ଆଦିବାସୀ ଓଡିଶାର ଚମ୍ପାପୁରରେ ରହୁଥିବା ଆଦିବାସୀଙ୍କୂ ଆକ୍ରମଣ କରିଥିବା ବେଳେ ଆଦିବାସୀ ମହିଳା ଆହତ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଚମ୍ପାପୁର ଗ୍ରାମ ବାସୀ ମାନେ ଗାରାବନ୍ଧା ଏତଲା ଦେଇଥିବା ବେଳେ ସିଙ୍ଗାପୁର ଗ୍ରାମ ବାସୀ ମାନେ ମଞ୍ଜୁଷା ଏତଲା ଦେଇଛନ୍ତି। ଆଜି ଓଡ଼ିଶାର ରାଜସ୍ବ ନିରୀକ୍ଷକ ଜମି ମାପଚୂପ କରି ଚମ୍ପାପୁର ଗାଁ ନିକଟରେ ଥିବା ସ୍ଥାନରେ ଏହି ଗାଁର ଲୋକେ ମାନେ ଆମ୍ବ, କାଜୁ, କଦଳୀ ଆଦି ଚାଷ କରିଥିଲେ। ତେବେ ଗତ ୧୩ ତାରିଖ ଦିନ ସିଙ୍ଗାପୁରର କିଛି ଅଣ ଆଦିବାସୀ ଏହି ଆନ୍ଦ୍ର ଜମିରେ ତମେ ଓଡିଶାର ଲୋକ କିଭଳି ଚାଷ କରୁଛ ବୋଲି କହିବା ସହ ଗଛ କାଟିଥିଲେ। ଏହାକୁ ବିରୋଧ କରିବାରୁ ସେଠାରେ ଥିବା ମହିଳା ମାନଙ୍କୁ ଆଗ୍ରମଣ କରିଥିଲେ ସିଙ୍ଗାପୁର ଗ୍ରାମ ଲୋକେ। ଫଳରେ ତିନି ଜଣ ମହିଳା ଆହତ ହୋଇଥିବା ଅଭିଯୋଗ ହୋଇଛି। ଏହା ଓଡ଼ିଶା ଜମି ହୋଇଥିଲା ମଧ୍ୟ ଆନ୍ଦ୍ରର ଲୋକେ ଏଭଳି ଜବରଦସ୍ତ କରୁଥିବକୁ ସୀମାନ୍ତବର୍ତ୍ତୀ ଗାଁ ଲୋକେ ବତ୍ତମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏନେଇ ଓଡିଶା ଲୋକ ଗାରାବନ୍ଧା ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଆନ୍ଦ୍ରର ସିଙ୍ଗିପୁର ଗାଁର ଲୋକେ ମଞ୍ଜୁଷା ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସୀମାନ୍ତରେ ଦେଖାଦେଇଛି ଅଶାନ୍ତି। ଆଜି ଜିରାଙ୍ଗ ରାଜସ୍ବ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମାପ ଚୂପ କରିବାସହ ଏହା ଓଡ଼ିଶାର ବୋଲି ସୃଷ୍ଠି ହୋଇଥିଲେ ମଧ୍ୟ ଉଭୟ ରାଜ୍ୟର ଅଧିକାରୀ ମାନେ ମିଳିତ ଭାବରେ ମାପଚୂପ କରି ସୀମା ନିର୍ଦ୍ଧାରଣ କରିବାକୁ ଲୋକେ ଦାବି କରିଛନ୍ତି।


ରିପୋର୍ଟ: ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here