ଗଜପତି ପୋଲିସର ଉଦ୍ୟମରେ ଆରୋଗ୍ୟ ଫ୍ରି ମେଗା ମେଡିକାଲ କାମ୍ପ

0
266

ପାରଳାଖେମୁଣ୍ଡି ୨୧/୯– ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ସାମ୍ବାଦିକ ଓ ବରିଷ୍ଠ ନାଗରିକ ନିମନ୍ତେ ଗଜପତି ପୋଲିସ ଉଦ୍ୟମରେ ଆରୋଗ୍ୟ ଫ୍ରି ମେଗା ମେଡିକାଲ କେମ୍ଭ ଅନୁଷ୍ଠିତ ହୋଇଯାଇଛି। ଗଜପତି ପୋଲିସ ଓ ଶ୍ରୀକାକୁଲମ ଜେମ୍ସ ମେଡିକାଲ ମିଳିତ ଆନୁକୂଲ୍ୟରେ ହୋଇଥିବା ଏହି ଆରୋଗ୍ୟ ଫ୍ରି ମେଗା ମେଡିକାଲ କେମ୍ଭକୁ ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ରିବନ କାଟି ଉଦ୍ଘାଟନ କରିଥିଲେ। ଏହି ଆରୋଗ୍ୟ ଫ୍ରି ଶତାଧିକ ବରିଷ୍ଟ ନାଗରିକ ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଜେମ୍ସ ମାଇକେଲ ଡାକ୍ତର ତାରକା ରସିକ ଖାନ (କଡିଓଲଜିଷ୍ଟି), ଡାକ୍ତର ରାଜେଶ୍ଵର ରାଓ(ଇଏନଟି), ଡାକ୍ତର ଦିଲ୍ଲୀପ, ପ୍ରବିଣ କୁମାର ସମେତ ୭ ଜଣ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ୫୫୦ ଜଣ ବରିଷ୍ଠ ନାଗରିକଙ୍କୁ ଓ ସାମ୍ବାଦିକ ମାନଙ୍କୁ ଚିକିତ୍ସା କରିଥିଲେ। ଏହି ଆରୋଗ୍ୟ ଫ୍ରିମେଗା ମେଡିକାଲ କେମ୍ଭକୁ ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର ଓ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଓ ବହୁ ପୋଲିସ କର୍ମୀ, ସି-ଟିମ ଓ ଗୃହରକ୍ଷୀ ବାହିନୀ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here