ଦିଗପହଣ୍ଡି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ବଚ୍ଛଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁ୍ଷ୍ଠିତ

0
202

 

ଦିଗପହଣ୍ଡି ,୨୨/୯-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେ ରାସ୍ତାଘାଟକୁ ପ୍ଳାଷ୍ଟିକ ଅଳିଆ ଆବର୍ଜ୍ଜନାରୁ ମୁକ୍ତ କରିବାପାଇଁ ପୂର୍ତ୍ତବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଶନିବାର ଦିନ ସକାଳେ ଦିଗପହଣ୍ଡି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ବଚ୍ଛଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ସବ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ବାବୁଲି ଚାନ୍ଦ ଗୌଡଙ୍କ ଅଧ୍ୟକ୍ଷତାରେ ବିଭାଗୀୟ କର୍ମକର୍ତ୍ତା ଓ ସହରର କିଛି ବୁଦ୍ଧିଜୀବି ମାନେ ମିଳିତହୋଇ ସାମୁହିକ ଭାବରେ ସ୍ଥାନୀୟ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ଠାରୁ ବାହାରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାଘାଟ ଓ ତାର ଆଖପାଖରେ ପଡିରହିଥିବା ତଥା ଆବର୍ଜନା ସୃଷ୍ଟି କରୁଥିବା ପ୍ଲାଷ୍ଟିକ ବ୍ୟବହୃତ ବୋତଲ , ଜରି ଆଦିକୁ ସଂଗ୍ରହ କରି ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲେ । ସେଠାରେ ଏକ ସଭା କାର୍ଯ୍ୟକ୍ରମ କରି ଲୋକମାନଙ୍କୁ ପ୍ଳାଷ୍ଟିକ ଭଳି ମାରାତ୍ମକ ଜିନିଷରୁ ମୁକ୍ତ କରିବାପାଇଁ ସଚେତନତା କରାଇଥିଲେ । ପରେ ଏହାକୁ ଏକତ୍ରିତ କରାଯାଇଥିବା ପ୍ଲାଷ୍ଟିକ ଅଳିଆର ପୁନଃଚକ୍ରଣ କରାଯାଇ ସେ ଗୁଡିକୁ ଜାତୀୟ ରାଜପଥ ନିର୍ମାଣରେ ହେଉଥିବା ପିଚୁ ତିଆରି କରାଯାଇପାରିବ ବୋଲି କହିଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପହାନ ଓ ଶେରଗଡ଼ ସହକାରୀ ଯନ୍ତ୍ରୀ ବନୋଜ ସେଠୀ , ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ନଗର ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ , ସ୍ବତନ୍ତ୍ର ଠିକାଦାର ସରୋଜ ପାତ୍ର , ଠିକାଦାର ପଦ୍ମନାଭ ମହାରଣା , ଦିବାକର ଜେନା , ତାରାପ୍ରସାଦ ପଟ୍ଟନାୟକ , କୁନା ରଥ ,କର୍ମଚାରୀ ପ୍ରଶନ୍ନ ଜେନା , କୃଷ୍ଣଚନ୍ଦ୍ର ପଣ୍ଡା , ରମାକାନ୍ତ ଗୈାଡ , ଲକ୍ଷ୍ମୀ ନାରାୟଣ ଷଡ଼ଙ୍ଗୀ , କାଳୁଚରଣ ମହାନ୍ତି , ବିନୋଦ ଗୈାଡ , ପାଣ ସେଠୀ , ନାରାୟଣ ରେଡ୍ଡୀ , କାହ୍ନୁ ଗୈାଡ , କେଉଟ ଡାକୁଆ , ସିମାଞ୍ଚଳ ପ୍ରଧାନ , କୋରାମଣୀ ପ୍ରଧାନ , ପାଣ୍ଡବ ଦୋରା , କୈଳାସ ରେଡ୍ଡୀ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here