ଶ୍ରୀରାମ ଫାଇନେସ କମ୍ପାନୀ ତରଫରୁ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
249

ବ୍ରହ୍ମପୁର, ୨୨/୯ – ବ୍ରହ୍ମପୁର ସ୍ଥିତ ଜୁବିଲି ଟାଉନ ହଲ ଠାରେ, ଆଜି ଶ୍ରୀରାମ ଫାଇନେସ କମ୍ପାନୀ ତରଫରୁ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଲୋକସଭା ସାଂସଦ ଚନ୍ଦ୍ର ଶେଖର ସାହୁ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଓ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ସମେତ ପୂର୍ବତନ କର୍ପୋରେଟର ପ୍ରମୋଦ ଜେନା ପ୍ରମୂଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ୨୦୦ କୃତି ଛାତ୍ର ଛାତ୍ରୀ ଙ୍କୁ ୩୦୦୦ ଟଙ୍କା ଲେଖାଁଏ ପୁରସ୍କାର ବାବଦରେ କମ୍ପାନୀ ପକ୍ଷ ରୁ ପ୍ରଦାନ କରାଯାଇଥିଲା।ଶ୍ରୀରାମ ଫାଇନାନ୍ସ କମ୍ପାନୀ ର ଆଂଚଳିକ ବ୍ରାଞ୍ଚ ମୂଖ୍ଯ ଏଲ. ଶିବ ପ୍ରସାଦ ରେଡ୍ଡି, ଜୋନାଲ ମୂଖ୍ଯ ସଂଜୟ ସିଂ,ଏବଂ ଆଂଚଳିକ କଲେକ୍ସନ ମୂଖ୍ଯ ସଂଜୟ ପାଇକରାୟ ସମେତ କମ୍ପାନୀ ର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here