ସବୁଜ ମହୋତ୍ସବ ୨୦୧୯ ପାଳିତ

0
329

ବ୍ରହ୍ମପୁର ,ଆଦ୍ୟ ତା ୨୨/୦୯/୧୯ ରିଖ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ସବୁଜ ମହୋତ୍ସବ ୨୦୧୯ ସ୍ଥାନୀୟ ରୋଟାରି କ୍ଲବ୍ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ପୂର୍ଣ୍ଣ କଳସ , ପୁଷ୍ପ ,ଚନ୍ଦନ ବେଦଧ୍ବନୀରେ ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଇକୋ କ୍ଲବ ସଂଯୋଜକ ଡ.ଶଙ୍କର ନାରାୟଣ ବେଜ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ପୂର୍ବତନ ବି.ଡି.ଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା , ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ଓ ସଂପାଦକ ଏମ.ଦିଲ୍ଲୀପ କୁମାର ପ୍ରମୁଖ ମଞ୍ଚାସୀନ ଥିଲେ । ଓଡ଼ିଶାର ପରିବେଶ ସୁରକ୍ଷା ତଥା ବୃକ୍ଷ ରୋପଣ କ୍ଷେତ୍ରରେ କାମ କରିଥିବା ପାରାଦୀପର ଅମରେଶ ନରେଶ ସାମନ୍ତ ଓ ନୟାଗଡ଼ର ବାବା ଅଭିନାଶ ଦାସଙ୍କୁ ସବୁଜ ସମ୍ମାନ ୨୦୧୯ ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ରକ୍ତଦାନ ଶିବିରରେ ସମସ୍ତ ସହଯୋଗି ଅନୁ୍ଷ୍ଠାନକୁ ସମ୍ମାନିତ କରାଯାଇଥିଲା । ସୁପର ୩୦ ଗ୍ରୀନ ଓଡ଼ିଶାର ଆବାହକ ଧର୍ମନ୍ଦ୍ର କର , ଗ୍ରିନ୍ ପାରିକୁଦର ସଦସ୍ୟା ଅମିତା ତରାଇ , ନୟାଗଡ ଜିଲ୍ଲାର ଫ୍ରେଣ୍ଡସ ହ୍ୟାଲ୍ପିଙ୍ଗ କ୍ଲବ୍ ର ଜ୍ଞାନ ରଞ୍ଜନ ପଣ୍ଡା , ପୁରୀ ଜିଲ୍ଲାର ଓଡିଶା ପର୍ଯ୍ୟାବରଣ ସୁରକ୍ଷା ଅଭିଯାନର ସୈ।ମ୍ୟରଞ୍ଜନ ବିଶ୍ବାଳର ପ୍ରମୁଖକୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର କୃତି ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରଷ୍କୃତ କରାଯାଇଥିଲା।ମାନ୍ୟବର ସାଂସଦ ଲୋକମାନଙ୍କୁ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ । ବିଧାୟକ ପଣ୍ଡା ଆହ୍ବାନ ଦେଇଥିଲେ କି ଆସନ୍ତୁ ସମସ୍ତେ ମିଳିମିଶି ବ୍ରହ୍ମପୁର ସମେତ ସାରା ଓଡ଼ିଶାକୁ ସବୁଜ କରିବା ଏବଂ ସମସ୍ତ ସ୍ବେଚ୍ଛାସେବୀ ମାନଙ୍କୁ ଆସ୍ବାସନା ଦେଇଥିଲେ କି ଶିଘ୍ର ଏକ ବୃକ୍ଷ ସ୍ଥାନାନ୍ତରିତ ଯନ୍ତ୍ର ବ୍ରହ୍ମପୁରକୁ ଆଣିବା ପାଇଁ ପ୍ରୟାସ କରିବେ । ସୁବାଷ ମହାରଣା କହିଥିଲେ ଯେ ଯେହେତୁ ବୃକ୍ଷ ଆମକୁ ଅମ୍ଲଜାନ,ଖାଦ୍ୟ, ବସ୍ତ୍ର , ବାସଗୃହ , ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିସ୍ବାର୍ଥ ପର ଭାବରେ ସବୁ ଆବଶ୍ୟକତା ପୂରଣ କରୁଛି ତେଣୁ ସେ ହିଁ ପ୍ରକୃତ ବନ୍ଧୁ । ଆସନ୍ତୁ ସମସ୍ତେ ବୃକ୍ଷ କୁ ସୁରକ୍ଷା ଦେବା । ପରିଶେଷରେ ଅରବିନ୍ଦ ଦେଶୀବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ , ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର,ସଂପାଦକ ବିଜେନ୍ଦ୍ର ମାଝୀ, ମାରଓ୍ବାଡି ମହିଳା ସମିତିର ସଂପାଦିକା ରୁବି ଖେମାଣି,ମହାତ୍ମା ହେଲ୍ପିଂ ହ୍ୟାଣ୍ଡ କ୍ଲବର ଏମ.ଭେଙ୍କଟ ରାମାଣା,ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ଶ୍ୟାମସୁନ୍ଦର ଖାଡଙ୍ଗା, ସୁଶାନ୍ତ ମହାନ୍ତି, ସବୁଜ ବାହିନୀର ସୁଶିଲ କୁମାର, ସତ୍ୟ ଦାସ , ସନିଆ ଗୈ।ଡ, ଶିବ ବେହେରା,ବନମାଳୀ ପ୍ରଧାନ,ପ୍ରଣୟ ସାହୁ,ଏ.ପ୍ରକାଶ ,ପ୍ରସନ୍ନ ସ୍ବାଇଁ,ସୋନୁ ମନ୍ନା ଓ ନେଚର ଲଭର୍ସ ଓଡିଶାର ଆବାହକ ଶ୍ରୀନିବାସ ରାଜନଙ୍କ ସ୍ବେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here