ଚିକିଟି କଲେଜରେ ରସାୟନ ବିଜ୍ଞାନ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

0
231

 

ଚିକିଟି :୨୪/୯ – ଗଞ୍ଜାମ ଜିଲ୍ଲା ଚିକିଟି ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗ ତରଫରୁ ପଠଚକ୍ର ପ୍ରକୋଷ୍ଠରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିଚିତ୍ର ପଟ୍ଟନାୟକ ଙ୍କ ସଭାପତିତ୍ବରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବିଭାଗର ତୃତୀୟ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱଗତ କରିଥିଲେ । ବିଭାଗୀୟ ମୁଖ୍ୟ ଡ଼ଃ ପ୍ରଭାତ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଶ୍ରୀମତୀ ମଧୁସ୍ମିତା ମହାପାତ୍ର ଅଧ୍ୟାପକ ଶ୍ରୀ ଦିବାକର ପାଣିଗ୍ରାହୀ, ଏସ୍ . ରାଜେଶ ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗର ଛାତ୍ରଛାତ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ, ଲିପ୍ସା ହୋତା, ଦୀପାରାଣୀ ପଣ୍ଡା ଓ ତ୍ରିପତୀ ସାହୁ ସମବେତ କଣ୍ଠରେ ପ୍ରରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଛାତ୍ରୀ ଶୁଭଶ୍ରୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ତୃତୀୟ ବର୍ଷର ଛାତ୍ରୀ ଶିବାନୀ ବେହେରା, ସ୍ୱର୍ଣ୍ଣମ୍ ସୁବୁଦ୍ଧି, ସ୍ୱାଗତିକା ସାହୁ, ଆଦର୍ଶ ସୁବୁଦ୍ଧି ଓ ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ ରବି କୁମାର ଶର୍ମା

LEAVE A REPLY

Please enter your comment!
Please enter your name here