ମହିଳା ଙ୍କୁ ଆକ୍ରମଣ ମାମଲା ରେ ଅଭିଯୁକ୍ତ ଗିରଫ୍

0
199

 

ଦିଗପହଣ୍ଡି:- ୨୪/୯(ଆପ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖମ୍ବାରିଗାଁ ପଞ୍ଚାୟତ ର ବାରିତଳା ଗ୍ରାମ ର ଶିବ ମହାନ୍ତି ଙ୍କୁ ଗିରଫ୍ କରି କେ ନୂଆଗାଁ ପୋଲିସ୍ ସୋମବାର ଦିନ କୋର୍ଟ ଚାଲାଣ କରିଛି । କେଶ୍ ନ ୨୭୩/୧୯ ଜାମିନ ନାମଞ୍ଜୁର ହେବାରୁ ଶିବ ଙ୍କୁ ଦିଗପହଣ୍ଡି ସବ୍ ଜେଲ କୁ ପଠାଇ ଦିଆ ଯାଇଛି। ସୁଚନା ପ୍ରକାରେ ଗତ ୧୫ ତାରିଖ ଦିନ ଗାଁ ରାସ୍ତା ରେ ଛୋଟ ପିଲା ମାନେ ବାଲି ଖେଳୁ ଥିବା ଛୋଟ ପିଲା ଙ୍କ ଝଗଡା କୁ କେନ୍ଦ୍ର କରି ଦୁଇ ପାରିବାର ମଧ୍ୟରେ ପାଟି ତୁଣ୍ଡ ହୋଇ ଥିଲା । ଏଥିରେ ଶିବ ଉକ୍ଷିପ୍ତ ହୋଇ ଜଣେ ମହିଳା ଙ୍କୁ ମାଡ଼ ମରିବା ସହ ରାସ୍ତା ଉପରେ ଅସଦା ଚରଣ କରିଥିବା ଅଭି ଯୋଗ ହୋଇ ଥିଲା। ଏନେଇ ମହିଳା ଜଣକ କେ ନୂଆଗାଁ ଥାନା ରେ ଏତଲା ଦେଇ ଥିଲେ । ତଦନ୍ତକାରି ପୋଲିସ୍ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ ଘଟଣା ର ତଦନ୍ତ କରି ଶିବ କୁ ଗିରଫ୍ କରି କୋର୍ଟ ଚାଲାଣ କରି ଛନ୍ତି ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here