ବ୍ରହ୍ମପୁର ଜନସ୍ବାସ୍ଥ୍ୟ ବିଭାଗ ରେ ଦୂର୍ନୀତି ଚରମସୀମାରେ

0
199

ବ୍ରହ୍ମପୁର ,୨୪/୯/୧୯;ଜନସ୍ୱାସ୍ଥ୍ୟ ବିଭାଗ ର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ନିକଟ ଥିବା ରେ ଜନସ୍ୱାସ୍ଥ୍ୟ ସେକ୍ସନ ଅଧିୀନ ରେ ସରକାରୀ ଟ୍ୟାଙ୍କର କୁ ଠିଆ କରାଇ ବେସରକାରୀ ଟ୍ୟାଙ୍କର ନିୟୋଜିତ କରି ପାଣି ଚୋରା ରେ ଦିନ ଦିପ୍ରହର ରେ ହୋଟେଲ, ହଷ୍ଟେଲ ଆପର୍ଟମେଣ୍ଟ ଗୁଡିକ ରେ ବିକ୍ରୀ କରାଯାଉଛି। ଅନ୍ୟ ପଟ ରେ ସରକାରୀ ଟ୍ୟାଙ୍କର ବାବଦ ଡିଜେଲ ଲୁଟ କରାଯାଉଛି।ରାତି ଅଧିଆ ଚୋରା ପାଇପ ସଂଯୋଗ ମଧ୍ଯ ଏହି ସେକ୍ସନ ର ପ୍ରମୂଖ କାର୍ଯ୍ୟ ରେ ଅନ୍ତଭୁର୍କ୍ତ।ଏଠାରେ କାର୍ଯ୍ୟରତ ସେକ୍ସନ ଅଫିସର (ଜେଇ) ଦୀର୍ଘ ବର୍ଷ ଧରି ଏଠାରେ ରହି ଦୂର୍ନୀତି ରେ ସଂମ୍ପୂକ୍ତ ରହୁଛନ୍ତି।ଠିକ୍ ସେପରି ଭାବେ ନୂଆ ବସଷ୍ଟାଣ୍ଡ ସ୍ଥିତ ପାଣି, ସଂମ୍ପ ଓ ଉତ୍କଳ ଆଶ୍ରମ ରୋଡ ରେ ଥିବା ପାଣି ସଂମ୍ପ ରୁ ପ୍ରତ୍ୟେକ ଦିନ ବେସରକାରୀ ଟ୍ୟାଙ୍କର ରେ ପାଣି ନେଇ ବିକ୍ରୀ କରାଯାଉଛି। ଏ ସବୁ ନିର୍ବାହୀ ଯନ୍ତ୍ରୀ ଙ୍କ ପ୍ରତ୍ୟକ୍ଷ ଜାଣତ ରେ ହେଉଥିବା ଜଣାଯାଏ ଏବଂ ବିକ୍ରୀ ର ଲାଭାଂଶ ର ସିଂହ ଭାଗ ମଧ୍ଯ ନିର୍ବାହୀ ଯନ୍ତ୍ରୀ ପାଉଥିବା ଯୋଗୁଁ ,ବାରମ୍ବାର ଅଭିଯୋଗ ସ୍ବତ୍ତେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅନୁମାନ କରାଯାଉଛି।ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ଭାବେ ସୀତାରାମ ପଣ୍ଡା ଦୀର୍ଘ ୪ ବର୍ଷ ଏଠାରେ କାର୍ଯ୍ୟରତ। ସେ ବ୍ରହ୍ମପୁର ସହର ରେ ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ପୂର୍ବରୁ, RWSS ରେ ନିର୍ବାହୀ ଯନ୍ତ୍ରୀ ଓ ତାହା ପୂର୍ବରୁ BeDA ରେ କାର୍ଯ୍ୟ କରିସାରିଛନ୍ତି। ସେ ଦୀର୍ଘ ୧୪ ବର୍ଷ ବ୍ରହ୍ମପୁର ଅବସ୍ଥାପିତ ହେବା ସହ ଅନ୍ୟ ଅଧସ୍ତନ ଯନ୍ତ୍ରୀ ଙ୍କୁ ମଧ୍ଯ ବଦଳି ଭୟ ନ କରିବାକୁ ଆଶ୍ବାସନା ମଧ୍ଯ ଦେଉଛନ୍ତି। ସେ ଏଠାରେ ଦୀର୍ଘ ଦିନ ଅବସ୍ଥାପିତ ହେବା ରେ ମୂଖ୍ୟ ଭୁମିକା ହେଲେ ଭି. କାର୍ତ୍ତିକ ପାଣ୍ଡିଆନ ଓ ନଗର ଉନ୍ନୟନ ସଚିବ ଜି. ମାଥିବାଥନ ଙ୍କ ସମେତ ଜିଲ୍ଲା ର ତୁଙ୍ଗ ନେତୃବର୍ଗ ଙ୍କ ଆଶୀର୍ବାଦ ରହିଛି। ସରକାର ଙ୍କ ନିୟମ କୁ ଫୁ କରି ଦୀର୍ଘ ଦିନ ଏଠାରେ କାର୍ଯ୍ୟ କରି ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ତାଳ କୁ ତାଳ ମିଳାଇ ଦୂର୍ନୀତି କରିବାରେ ସେ ସିଦ୍ଧ ହସ୍ତ ହୋଇଗଲେଣି ।

LEAVE A REPLY

Please enter your comment!
Please enter your name here