ପୂର୍ବତଟ ରେଳପଥ ରୁ ଏବଂ ଏହା ମଧ୍ୟଦେଇ ୧୩ ଯୋଡ଼ା ପୂଜା ସ୍ୱତନ୍ତ୍ର ଟ୍ରେନ

0
183

 

ପୂଜା ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ଅତିରିକ୍ତ ବର୍ଥ ସୃଷ୍ଟି କରାଯାଇଅଛି – ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ପ୍ରତିକ୍ଷ୍ୟା ସୂଚୀକୁ ଏଡ଼ାଇବାପାଇଁ ଯାତ୍ରୀ ମାନେ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ଟିକେଟ ବୁକ କରିପାରିବେ I

ପୂଜା ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବା ପାଇଁ ରେଳମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ବିଭିନ୍ନ ପ୍ରାନ୍ତକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇ କିପରି ଭାବେ ଅଧିକ ଯାତ୍ରୀ ପରିବହନ କରିହେବ ସେଥିପାଇଁ ଅତିରିକ୍ତ ବର୍ଥ ସୃଷ୍ଟି କରାଯାଇପାରିଛି I

ଏହି ଟ୍ରେନ ଗୁଡିକ ହେଲା – ପୁରୀ-ସନ୍ତ୍ରାଗାଛି (ହାଓଡ଼ା)-ପୁରୀ ସ୍ୱତନ୍ତ୍ର ଟ୍ରେନ, ପୁରୀ-ଶାଲିମର (ହାଓଡ଼ା)-ପୁରୀ ସ୍ୱତନ୍ତ୍ର ଟ୍ରେନ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା, କାଚେଗୁଡା-ଟାଟା-କାଚେଗୁଡା, ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି, ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ, ସମ୍ବଲପୁର-ବନସୱIଡ଼ି-ସମ୍ବଲପୁର, ହବିବଗଞ୍ଜ-ପୁରୀ-ହବିବଗଞ୍ଜ ସ୍ୱତନ୍ତ୍ର ଟ୍ରେନ ଏବଂ ସିଆଲଦI-ଇତ୍ୟାଦି ଅନ୍ତର୍ଭୁକ୍ତ I ଏହା ବ୍ୟତୀତ, ପୂର୍ବତଟ ରେଳପଥ ପକ୍ଷରୁ ଏବଂ ଏହାର ପରିସୀମା ମଧ୍ୟରେ ଯାତାୟାତ କରୁଥିବା ନିୟମିତ ଟ୍ରେନ ଗୁଡିକରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସମୟମଧ୍ୟରେ ଅତିରିକ୍ତ କୋଚ ସଂଯୋଗ କରାଯିବ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଅଛି I

ପୁରୀ-ସନ୍ତ୍ରାଗାଛି (ହାଓଡ଼ା)-ପୁରୀ ସ୍ୱତନ୍ତ୍ର ଟ୍ରେନ
୦୮୪୦୩/୦୮୪୦୪ ପୁରୀ-ସନ୍ତ୍ରାଗାଛି (ହାଓଡ଼ା)-ପୁରୀ ସ୍ୱତନ୍ତ୍ର ଭଡା ଟ୍ରେନ ଅକ୍ଟୋବର ମାସ ୪ ତାରିଖ ଠାରୁ ଡିସେମ୍ବର ମାସ ୨୭ ତାରିଖ ମଧ୍ୟରେ ପୁରୀ ଠାରୁ ପ୍ରତି ଶୁକ୍ରବାର ରାତ୍ର ୯ଘ.୨୫ମି.ରେ ଛାଡୁଥିବାବେଳେ ଅକ୍ଟୋବର ମାସ ୫ ତାରିଖ ଠାରୁ ଡିସେମ୍ବର ମାସ ୨୮ ତାରିଖ ମଧ୍ୟରେ ସନ୍ତ୍ରାଗାଛିଠାରୁ ପ୍ରତି ଶନିବାର ସନ୍ଧ୍ୟା ୭ଘ.୧୦ମି.ରେ ଛାଡିବ I

ପୁରୀ-ଶାଲିମର (ହାଓଡ଼ା)-ପୁରୀ ସ୍ୱତନ୍ତ୍ର ଟ୍ରେନ
୦୮୦୩୭/୦୮୦୩୮ ଶାଲିମର-ପୁରୀ-ଶାଲିମର ସ୍ୱତନ୍ତ୍ର ଭଡା ଟ୍ରେନ ଅକ୍ଟୋବର ମାସ ୪ ତାରିଖ ଠାରୁ ଡିସେମ୍ବର ମାସ ୨୭ ତାରିଖ ମଧ୍ୟରେ ଶାଲିମର ଠାରୁ ପ୍ରତି ଶୁକ୍ରବାର ରାତ୍ର ୧୧ଘ.୫୫ମି.ରେ ଛାଡୁଥିବାବେଳେ ଅକ୍ଟୋବର ମାସ ୫ ତାରିଖ ଠାରୁ ଡିସେମ୍ବର ମାସ ୨୮ ତାରିଖ ମଧ୍ୟରେ ପୁରୀଠାରୁ ପ୍ରତି ଶନିବାର ରାତ୍ର ୧୧ଘ.୫୫ମି.ରେ ଛାଡିବ I

ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ

୦୨୮୪୧/୦୨୮୪୨ ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ ଅକ୍ଟୋବର ମାସ ୪ ତାରିଖ ଠାରୁ ଡିସେମ୍ବର ମାସ ୨୭ ତାରିଖ ମଧ୍ୟରେ ସନ୍ତ୍ରାଗାଛି ଠାରୁ ପ୍ରତି ଶୁକ୍ରବାର ଅପରାହ୍ନ ୧୨ଘ.୪୦ମି.ରେ ଛାଡୁଥିବାବେଳେ ଅକ୍ଟୋବର ମାସ ୫ ତାରିଖ ଠାରୁ ଡିସେମ୍ବର ମାସ ୨୮ ତାରିଖ ମଧ୍ୟରେ ଚେନ୍ନାଇଠାରୁ ପ୍ରତି ଶନିବାର ସନ୍ଧ୍ୟା ୬ଘ.୨୦ମି.ରେ ଛାଡିବ I

ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନ :

୦୮୪୦୭/୦୮୪୦୮ ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନ ଅକ୍ଟୋବର ମାସ ୩ ତାରିଖ ଠାରୁ ଡିସେମ୍ବର ମାସ ୨୬ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପ୍ରତି ଗୁରୁବାର ଅପରାହ୍ନ ୧ଘ.୨୦ମି.ରେ ଛାଡୁଥିବାବେଳେ ଅକ୍ଟୋବର ମାସ ୪ ତାରିଖ ଠାରୁ ଡିସେମ୍ବର ମାସ ୨୭ ତାରିଖ ମଧ୍ୟରେ ସିକନ୍ଦରାବାଦଠାରୁ ପ୍ରତି ଶୁକ୍ରବାର ରାତ୍ର ୯ଘ.୩୦ମି.ରେ ଛାଡିବ I

କାଚେଗୁଡା-ଟାଟା-କାଚେଗୁଡା ସ୍ୱତନ୍ତ୍ର ଟ୍ରେନ

୦୭୪୩୮/୦୭୪୩୯ କାଚେଗୁଡା-ଟାଟା-କାଚେଗୁଡା ସ୍ୱତନ୍ତ୍ର ଟ୍ରେନ ଅକ୍ଟୋବର ମାସ ୭ ତାରିଖ ଠାରୁ ଡିସେମ୍ବର ମାସ ୩୦ ତାରିଖ ମଧ୍ୟରେ କାଚେଗୁଡା ଠାରୁ ପ୍ରତି ସୋମବାର ଅପରାହ୍ନ ୧ଘଟୀକାରେ ଛାଡୁଥିବାବେଳେ ଅକ୍ଟୋବର ମାସ ୮ ତାରିଖ ଠାରୁ ଡିସେମ୍ବର ମାସ ୩୧ ତାରିଖ ମଧ୍ୟରେ ଟାଟାରୁ ପ୍ରତି ମଙ୍ଗଳବାର ରାତ୍ର ୧୦ଘ.୫୦ମି.ରେ ଛାଡିବ I

ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ ଦ୍ବି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ

୦୨୭୮୪/୦୨୭୮୩ ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ ଦ୍ବି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଅକ୍ଟୋବର ମାସ ୨ ତାରିଖ ଠାରୁ ନଭେମ୍ବର ମାସ ୩୦ ତାରିଖ ମଧ୍ୟରେ ସିକନ୍ଦରାବାଦରୁ ପ୍ରତି ବୁଧବାର ଓ ଶନିବାର ଅପରାହ୍ନ ୧୨ଘ.୪୦ ମି. ରେ ଛାଡୁଥିବାବେଳେ ଅକ୍ଟୋବର ମାସ ୩ ତାରିଖ ଠାରୁ ନଭେମ୍ବର ମାସ ୨୮ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପ୍ରତି ଗୁରୁବାର ଓ ରବିବାର ସନ୍ଧ୍ୟା ୬ ଘଟିକାରେ ଛାଡିବ I

ସମ୍ବଲପୁର-ବନସୱIଡ଼ି-ସମ୍ବଲପୁର ସ୍ୱତନ୍ତ୍ର ଭଡା ଟ୍ରେନ

୦୮୩୦୧/୦୮୩୦୨ ସମ୍ବଲପୁର-ବନସୱIଡ଼ି-ସମ୍ବଲପୁର ସ୍ୱତନ୍ତ୍ର ଭଡା ଟ୍ରେନ ଅକ୍ଟୋବର ମାସ ୨ ତାରିଖ ଠାରୁ ଡିସେମ୍ବର ମାସ ୨୫ ତାରିଖ ମଧ୍ୟରେ ସମ୍ବଲପୁରରୁ ପ୍ରତି ବୁଧବାର ପୂର୍ବାହ୍ନ ୯ଘ.୩୫ମି.ରେ ଛାଡୁଥିବାବେଳେ ଅକ୍ଟୋବର ମାସ ୩ ତାରିଖ ଠାରୁ ଡିସେମ୍ବର ମାସ ୨୬ ତାରିଖ ମଧ୍ୟରେ ବନସୱIଡ଼ିଠାରୁ ପ୍ରତି ଗୁରୁବାର ରାତ୍ର ୧୧ ଘ.୩୦ ମି.ରେ ଛାଡିବ I

ହବିବଗଞ୍ଜ (ଭୋପାଲ)-ପୁରୀ-ହବିବଗଞ୍ଜ ସ୍ୱତନ୍ତ୍ର ଟ୍ରେନ

୦୧୬୬୧/୦୧୬୬୨ ହବିବଗଞ୍ଜ (ଭୋପାଲ)-ପୁରୀ-ହବିବଗଞ୍ଜ ସ୍ୱତନ୍ତ୍ର ଟ୍ରେନ ଅକ୍ଟୋବର ମାସ ୩୦ ତାରିଖ ପର୍ଯ୍ୟନ୍ତ ହବିବଗଞ୍ଜରୁ ପ୍ରତି ମଙ୍ଗଳବାର ସକାଳ ୭ ଘ. ୨୦ ମି. ରେ ଛାଡୁଥିବାବେଳେ ପୁରୀ ଠାରୁ ପ୍ରତି ବୁଧବାର ଅପରାହ୍ନ ୩ ଘଟିକାରେ ଛାଡ଼ୁଛି I

LEAVE A REPLY

Please enter your comment!
Please enter your name here