୧୧ କେଭି ବିଦ୍ୟୁତ ତାର ଲାଗି ଜଣେ ଶ୍ରମିକଗୁରତର ଆହତ

0
195

ଦିଗପହଣ୍ଡି -: (ଆପ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିକଟସ୍ଥ ପଦ୍ମନାଭପୁର ଗ୍ରାମର ଗଣେଶ ମନ୍ଦିର ନିକଟରେ ୧୧ କେଭି ବିଦ୍ୟୁତ ତାର ଲାଗି ଜଣେ ଶ୍ରମିକଗୁରତର ଆହତ ହେଇଥିବା ଜଣାପଡିଛି ।ଗୁରୁତର ଜଣକ ହେଲେ ପାଟପୁର ନିକଟସ୍ଥ ଜୟନଗର ଗ୍ରାମର ବୁଲୁ ନାୟକ (୩୫) ଖବରଅନୁଯାୟୀ, ଗୁରୁତର ବୁଲୁ ଘରର ଛାତ ପକାଇବା ପାଇଁ ରବିବାର ଦିନ ପଦ୍ମନାଭପୁର ଆସିଥିଲେ ମଧ୍ୟାହ୍ନ ୧୨ଟା ସମୟରେ ସେଣ୍ଟ୍ରିଂ କାମ ସହ ଲୁହାଛଡ଼ ବାଇଣ୍ଡିଂ କାମ ଚାଲିଥିବା ବେଳେ ଅସାବଧାନତା କାରଣରୁ ଛାତ ଉପର ଦେଇ ଯାଇଥିବା ୧୧କେ.ଭି ବିଦ୍ୟୁତ ତାର ସହ ବୁଲୁ ଧରିଥିବା ଲୁହାଛଡ଼ ବାଜିଯାଇଥିଲା ଫଳରେ ତାଙ୍କ ଶରୀରରେ ବିଦ୍ୟୁତ୍ ପ୍ରବାହିତ ହୋଇଯିବାରୁ ସେ ତଳେ କଚାଡି ହୋଇ ପଡ଼ିଯାଇ ଥିଲେ। ବିଦ୍ୟୁତ ତାର ସର୍ଟ୍ ସର୍କିଟ କାରଣରୁ ତାଙ୍କ ମୁହଁ, ଛାତି ପ୍ରଭୃତି ଶରୀରର ପ୍ରାୟ ୩୦ ପ୍ରତିଶତ ଜଳି ଯାଇଛି । ତାଙ୍କୁ ଚେତା ଶୂନ୍ୟ ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ବାରା ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର (M. K. C. G) ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here