ଈଶ୍ବର ନାମକ ଯାତ୍ରୀବାହୀ ମିନିବସରୁ ବ୍ୟାଟେରୀ ଚୋରି

0
274

ଦିଗପହଣ୍ଡି:୨୬/୯ (ନିପ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେ ଗତ ଦୁଇ ଦିନେ ତଳେ ବିଳମ୍ବତ ରାତିରେ ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରୁ ଈଶ୍ବର ନାମକ (ଓଆର ୧୮ ଏ – ୩୭୩୬)
ଯାତ୍ରୀବାହୀ ମିନିବସରୁ ବ୍ୟାଟେରୀ ଚୋରି କରିଥିବା ଅଭିଯୋଗରେ ଗୁରୁବାର ଦିନ ଦିଗପହଣ୍ଡି ପୋଲିସ କଂସାମାରି ଗ୍ରାମପନ୍ଦରା ସାହିରୁ ଏସ. ଟୁନା ଦୋରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଅଭାବରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନାଅନୁଯାୟୀ, ଗତ ରବିବାର ଦିନ ବିଳମ୍ବତ ରାତିରେ ଦିଗପହଣ୍ଡି ବସଷ୍ଟାଣ୍ଡରେ ଗାଡି ରହିଥିବା ବେଳେ ସେଠାରେ କେହି ଲୋକ ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଜଣକ ଗାଡି ବ୍ୟାଟେରୀ ଚୋରି କରି ନେଇଯାଇଥିଲେ। ଘଟଣାର ପରଦିନ ସକାଳେ ମିନିବସ ଚାଳକ ରବି ନାୟକ ଘଟଣା ସମ୍ପର୍କରେ ବସ ମାଲିକ
ଅଳକନାଥ ମିଶ୍ରଙ୍କୁ ଏହି ବିଷୟରେ ଜଣାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ବ୍ୟାଟେରୀର ସନ୍ଧାନ ମିଳିନଥିଲା। ସେ ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ନଂ ୧୯୨/୧୯ ଦଫା ୩୭୯ ଆଇପିସି ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ ।ପ୍ରାପ୍ତ ସୂଚନାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ସହ ଘର ଭିତରୁ ଏକ ବ୍ୟାଗରେ ଥିବା ଚୋରି ବ୍ୟାଟେରୀକୁ ଜବତ କରିଥିବା ଜଣାପଡିଛି।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here