ଏକ ଲକ୍ଷ ଟଙ୍କା ଶାଳ କାଠ ଜବତ୍, ୭ ଗିରଫ

0
168

ପାରଳାଖେମୁଣ୍ଡି -, ୨୬/୯– ଗଜପତି ଜିଲ୍ଲା ଦେବଗିରି ଫରେଷ୍ଟ ରେଞ୍ଚର ପକ୍ଷରୁ ଅପରାହ୍ନରେ ଜିଲ୍ଲାର ଗୁମ୍ମା ଓ ଗାଇବା ରାସ୍ତାରେ ଚୋରା ଚାଲାଣ ହେଉଥିବା ଏକ ଶାଳ କାଠ ବୋଝେଇ ଏକ ମେକ୍କ – ପିକ୍କପ ଗାଡି ନଂ-AP-30-W-0557 ଜବତ କରିବା ସହ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଜଣାଯାଇଛି।
ବିଭାଗୀୟସୂତ୍ରରୁ ପ୍ରକାଶ ଯେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ଦେବଗିରି ରେଞ୍ଚର ଏମ. ନରସଂହମ୍ ତାଙ୍କ ଟିମ୍ ଙ୍କ ସହ ଗଜପତି ଜିଲ୍ଲାର ଗୁମ୍ମା-ଗାଇବା ରାସ୍ତାରେ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ଏକ ଭିନ୍ନରେ କ’ଣ ବୋଝେଇ ହୋଇ ଯାଉଥିବା ଦେଖି ଗାଡିକୁ ସନ୍ଦହରେ ଅଟକାଇ ରେଞ୍ଚର ଏମ. ନରସଂହମ୍ ,ଫରେଷ୍ଟ ଗାର୍ଡ ସନ୍ତୋଷ ପରିଛା ଓ ଅନ୍ୟ ୩ ଜଣ ଫରେଷ୍ଟ ଗାର୍ଡ ଯାଞ କରିଥିଲେ। ଯାଞ ବେଳେ ଗାଡି ଭିତର ଡଲାରେ କରତ କଟା ସାଇଜ ଶାଳ କାଠ ୬୧ଟି ଯାହାକି ଅନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ତାହା ଦେଖିଥିଲେ। ସମସ୍ତ କାଠ ଓ ଗାଡର କାଗଜ ପତ୍ର ମାଗିଥିଲେ କିନ୍ତୁ ଗାଡିର ଡ୍ରାଇଭର କୈାଣସି କାଗଜପତ୍ର ଦେଖାଇ ପାରିନଥିଲେ । ପରେ ଏହା ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ହୋଇଥିବା ଜାଣି ଭେନ ସହ ସମସ୍ତ କାଠ ଜବତକରି ଏ ସଂକ୍ରାନ୍ତରେ ସମ୍ପର୍କ ଥିବା ୭ ଜଣଙ୍କୁ ଗିରଫ କରାଯାଇଛି। ଚୋରାଚାଲାଣ ବେଳେ ଗିରଫ ଓ ଜବତ କାଠ ଓ ଗୁଡିକୁ କାଶିନଗର ବନ ରେଞ୍ଚର ଅଧିନସ୍ଥ ଘଟଣା ହୋଇଥିବା ଯୋଗୁଁ ଦେବଗିରି ରେଞ୍ଚର ପକ୍ଷରୁ ତାହା କାଶିନଗର ରେଞ୍ଚରଙ୍କୂ ହସ୍ତାନ୍ତର କରାଯାଇଛି। କାଶିନଗର ରେଞ୍ଚର ଅଧିକ ପଚରା ଉଚରା ପରେ ମକଦ୍ଦମା ରୁଜୁ କରି ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞର କାଳିଚରଣ ବେହେରାଙ୍କ ଠାରୁ ଜଣାପଡିଛି।
ଅନ୍ୟ ପକ୍ଷରେ ଆଗାମୀ ଗିରଫ ହେବାପରେ ଜବତ ଗୁଡିକ ମଧ୍ୟରେ ଗୋଟିଏ ଭେନ, ଗୋଟିଏ ମଟର ସାଇକେଲ, ୨ ଗୋଟି ମୋବାଇଲ ଫୋନ, ୬୧ ଶାଳ କାଠ ପ୍ରଭୃତି ଅନ୍ତଭୁକ୍ତ ରହିଛି।
ରିପୋର୍ଟ ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here