ନିଖୋଜ ହୋଇଥିବା ଛାତ୍ରୀ ବର୍ତ୍ତମାନ ଚାଇଲଡ଼ ଲାଇନ ରେ

0
190

ପାରଳାଖେମୁଣ୍ଡି, ୨୬/୯– – ଗଜପତି ଜିଲାର ରାୟଗଡ ଠାରେ ଥିବା ଜନଜାତି ଓ ଅନୁସୁଚିତ ଜନଜାତି ଉନ୍ନୟନ ବିବାଗର ହଷ୍ଟେଲରୁ ନିଖୋଜ ହୋଇଥିବା ଛାତ୍ରୀ ବର୍ତ୍ତମାନ ଆନ୍ଧ୍ର ଚାଇଲ୍ଡଲାଇନ୍ ଦ୍ୱାରା ସୁରକ୍ଷିତ ଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ,ରାୟଗଡ ସରକାରୀ ହାଇସ୍କୁଲ ଛାତ୍ରୀ ନିବାସରୁ ଗତ ୨୨ତାରିଖ ଦିନ ୧୦ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ମାଆଙ୍କ ଦେହ ଅସୁସ୍ଥ ଅଛି,ମୁ ତାର ବଡ ଭଉଣି ବୋଲି ପରିଚୟ ଦେଇ ଜଣେ ମହିଳା ଛାତ୍ରୀଙ୍କ ହଷ୍ଟେଲରୁ ନେଇଥିଲେ । ୨୩ ତାରିଖ ଦିନ ସକାଳ ସମୟରେ ଛାତ୍ରୀଙ୍କ ପିତା ସଂପୃକ୍ତ ହଷ୍ଟେଲରେ ପହଞ୍ଚି ଝିଅକୁ ଦେଖିବାକୁ ଚାହିଁଥିଲେ । ପ୍ରଧାନ ଶିକ୍ଷକ ଏଥିରେ ଆଶ୍ଚର୍ଯ୍ୟ ହୋଇ ସବୁକିଚି ଜଣାଇଥିଲେ । ଛାତ୍ରୀହ୍କ ପିତା ଖୋଜାଖୋଜି କରିବା ପରେ ରାୟଗଡ ତାନାରେ ଲିଖିତ ଅଭିଯୋଗ କରିଥିଲେ । କେସ ନଂ ୬୫/୧୯ ରେ ରାୟଗଡ ଥାନାରେ ମକଦ୍ଦମା ରୁଜୁ ହୋଇ ତଦନ୍ତ ଜାରି ରହିଲା । ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କୁ ଏଥିନେଇ ପଚାରିବାରେ ସେ କହିଛନ୍ତି,ଛାତ୍ରୀ ଜଣକ ଆନ୍ଧ୍ର ପଲାସା ରେଳ ଷ୍ଟେସନରୁ ଆନ୍ଧ୍ର ଚାଇଲ୍ଡ ଲାଇନ ଦ୍ୱାରା ଉଦ୍ଧାର ହୋଇଛି । ସେ ଆନ୍ଧ୍ର ଶ୍ରୀକାକୁଲମ ଚାଇଲ୍ଡଲାଇନ୍ ଦ୍ୱାରା ସୁରକ୍ଷିତ ରହିଛି । ଆଜି କିମ୍ବା ଆସନ୍ତା କାଲି ସେମାନେ ଗଜପତି ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିବେ ଛାତ୍ରୀ ଜଣକ ଫେରିବା ପରେ ଏ ଘଟଣା ସମସ୍ତର ସତ୍ୟାସତ୍ୟ ଜଣାପଡିବ ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here