ସାନଖେମୁଣ୍ଡିରେ ଅହିଂସା ରଥ ପରିକ୍ରମଣ

0
181

 

ଦିଗପହଣ୍ଡି: ୨୬/୯(ନିପ୍ର) ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମଜୟନ୍ତୀକୁ ମହାସମାରୋହରେ ପାଳିତ ହୋଇ ବହୁ ଲୋକାଭିମୁଖୀ ଯୋଜନାର ଆରମ୍ଭ କରାଯିବାକୁ ସ୍ଥିର ହୋଇଥିବା ବେଳେ ରାଜ୍ୟ ବିଜେଡ଼ି ତରଫରୁ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯିବା ନେଇ ସଚେତନତା ଓ ଦସ୍ତଖତ ଅଭିଯାନ ଆରମ୍ଭ କରିଅଛି l ଏହିକାର୍ଯ୍ୟ ଦ୍ୱାରା ଗାନ୍ଧୀ ବିଚାର ଧାରାକୁ ଜନମାନସରେ ପ୍ରତିଫଳନ କରାଇବାର ସଚେତନତା ପାଇଁ ସ୍ବତନ୍ତ୍ର ନିର୍ମିତ ଅହିଂସା ରଥ ଦ୍ୱାରା ସାରା ଓଡିଶା ପରିକ୍ରମଣର ଆୟୋଜନ ସହିତ ସ୍ବତନ୍ତ୍ର ପଥପ୍ରାନ୍ତ ସଭା ମାଧ୍ୟମରେ ପଦଯାତ୍ରା ବ୍ୟବସ୍ଥା କରିଛନ୍ତି l ଏହି ଅବସରରେ ସାନଖେମୁଣ୍ଡି ବିଧାନସଭା ବିଜୁ ଜନତା ଦଳ ପକ୍ଷରୁ ଏକ ସ୍ବତନ୍ତ୍ର ଆୟୋଜନ ଆଜି ବୁଧବାର ଅପରାହ୍ନ ପାଟପୁର ଗାନ୍ଧୀଛକ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରୁ ପରିକ୍ରମଣ କରୁଥିବା ଅହିଂସା ରଥକୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି l ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦଯାତ୍ରୀମାନଙ୍କୁ ସମ୍ମାନିତ କରାଯିବା ସହିତ ପରିକ୍ରମଣ କରୁଥିବା ମହାତ୍ମାଗାନ୍ଧୀଙ୍କ ରୂପଧାରୀଙ୍କୁ ପ୍ରତିମୂର୍ତ୍ତି ସମ୍ମୁଖରେ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା l ମହାତ୍ମାଗାନ୍ଧୀଙ୍କ ଆଦର୍ଶଧାରାକୁ ବିଶ୍ୱାସ ରଖିଥିବା ବିଜେଡ଼ି ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ନେଇ ସଚେତନତା କାର୍ଯ୍ୟକ୍ରମ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଟପୁର ଗ୍ରାମ ପରିକ୍ରମା କରଯାଇଥିଲା l ପାଟପୁର ସ୍ଥିତ ବନେସ୍ୱରି ଛକ ଠାରେ ଏକ ପଥପ୍ରାନ୍ତ ସଭାରେ ବିଧାୟିକା , ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ସ୍ବାଇଁ,ରାଜ୍ୟ ଓସ୍କାର୍ଡ଼ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ବାଇଁ, ସହଦେବ ପ୍ରଧାନ,ଶଙ୍କର୍ଶଣ ସ୍ବାଇଁ,ଓମ୍ ସାହୁ,ଅମିନ ପ୍ରଧାନ,ସରପଞ୍ଚ ନୀଳ ମାଧବ ରାଉତ,ଛାତ୍ର ବିଜେଡ଼ି ସଭାପତି କାହ୍ନୁ ଚରଣ୍ ନାୟକ ଜଗନ୍ନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here