ଗଞ୍ଜାମ ପୋଲିସ ର ସମୀକ୍ଷା ବୌଠକ

0
195

ଛତ୍ରପୁର,୨୭/୯ – ଗଞ୍ଜାମ ପୁଲିସ ଜିଲ୍ଲାର ସ୍ୱତନ୍ତ୍ର ବୈଠକ ସ୍ଥାନୀୟ ଗଞ୍ଜାମ ଏସପିଙ୍କ ସମ୍ମିଳନୀ କକ୍ଷରେ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ଏସପି ଶ୍ରୀ ରାଏ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଥିବା ଅପରାଧି, ପୁରୁଣା ୱାରେଂଟ୍, ମାଦକ ଦ୍ରବ୍ୟ କାରବାର ଧରପଗଡ଼ ସହ ଯାନବାହାନ ଯାଂଚ କଡ଼ାକନି କରିବା, ବିଶୃଙ୍ଖଳାକୁ ନଜର ରଖି ଠିକ୍ ସମୟରେ ଠିକଣା ସ୍ଥଳରେ ପହଂଚି ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସପି ପରାମର୍ଶ ଦେଇଛନ୍ତି ।
ବିଭିନ୍ନ ଥାନାରେ ପଡ଼ି ରହିଥିବା ମାମଲାର ତୁରନ୍ତ ଫଇସଲା କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ମାମଲାର ତଦନ୍ତ ପ୍ରକ୍ରିୟା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇ ସମସ୍ତ ଦିଗ ଉପରେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ଲୋକେ ଯେପରି ଠିକ୍ ସମୟରେ ନ୍ୟାୟ ପାଇବେ ସେଦିଗରେ ସଚେତନ ରହିବାକୁ କହିଥିଲେ । ଗ୍ରାମଂଚଳ ଓ ସହରାଂଚଳରେ ପ୍ରତ୍ୟେକ ବ୍ୟକ୍ତି ନିର୍ଭୟରେ କିଭଳି ଜୀବନ ଯାପନ କରିବେ ସେଥି ପ୍ରତି ଗୁରୁତ୍ୱ ଦେବାକୁ ସମସ୍ତ ଥାନାଅଧିକାରୀଙ୍କ୍ୁ କହିଥିଲେ । ଯେଉଁ ନୁଆ ଅପରାଧ ମାନେ ମୁଣ୍ଡ ଟେକୁଛନ୍ତି ସେମାନଙ୍କ ଉପରେ ତିକ୍ଷଣ ଦୃଷ୍ଟି ରଖିବାକୁ କହିଥିଲେ । ଏହା ସହିତ ଟ୍ରାଫିକ ନିୟମକୁ କଡ଼ାକଡ଼ି ଯାଂଚ, ନିୟମ ଉଲ୍ଲଘଂନ କରିଥିବା ଲୋକଙ୍କୁ ସଚେତନା କରିବା ସହିତ ଆଇନର ଅମାନ୍ୟର କଲେ ଜରିମାନା ଆଦାୟ କରିବା ନେଇ ଗୁରୁତ୍ୱ ଦେଇଥିଲେ । ରେଡ଼ଫ୍ଲାଗ୍ କେଶ୍, ଶିଶୁ ଶ୍ରମିକ, ଦଲାଲଙ୍କ ପ୍ରଭାବରେ ଦାଦନ ଯାଉଥିବା ଶ୍ରମିକ ମାନଙ୍କ ଉପରେ ବିଭିନ୍ନ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ୍ ଗୁଡ଼ିକରେ ତିକ୍ଷଣ ନଜର ରଖିବା ସହ ନିୟମିତ ଯାଂଚ କରିବା ଉପରେ ଏସପି କହିଥିଲେ ।
ସାଇବର କ୍ରାଇମ୍, ଏଟିଏମ୍ ଲୁଟେରା ଓ ବ୍ୟାଙ୍କ ଲୁଟେରାଙ୍କ ଉପରେ କଡ଼ା ନଜର ରଖିବା ନେଇ ଥାନା ଅଧିକାରୀଙ୍କୁ ସେ କହିଥିଲେ । ଏହା ସହିତ ନିୟମିତ ଆମ ପୁଲିସ ବୈଠକ କରି ଗ୍ରାମଂଚଳରେ ଗୁଣି ଗାରେଡ଼ି ସନ୍ଦେହ ଦୂର କରିବା ଏବଂ ବରିଷ୍ଠ ନାଗରିକ ମାନଙ୍କୁ ସେବା ପ୍ରଦାନ କରିବା ଓ ଅକ୍ଟୋବର ୨ରେ ଆରମ୍ଭ ହେବାକୁ ଥିବା ମୋ ସରକାର କାର୍ଯ୍ୟକ୍ରମ ସଂପର୍କ ରେ ମଧ୍ୟ ଏସପି ଶ୍ରୀ ରାୟ ଉପସ୍ଥିତ ଅଧିକାରୀ ମାନଙ୍କୁ ସୁଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here