ଶହୀଦ ଭଗତ ସିଂ ଜୟନ୍ତୀ ପାଳନ

0
200

ବ୍ରହ୍ମପୁର,୨୭/୯ -ପତଞଳୀ ଯୁବ ଭାରତ, ଗଞାମ ତରଫରୁ ଆଜି ଶହୀଦ ଭଗତ ସିଂଙ୍କ ଜୟନ୍ତୀ ଆବସର ରେ ବ୍ରହ୍ମପୁରସ୍ଥ ରଜାସାହି ଛକ ଠାରୁ ଏକ ବାଇକ ରାଲି ଶୋଭାଯାତ୍ରା ଆରମ୍ଭ କରି ହରିଡାଖଣ୍ଡି ପରିବା ବଜାର ଠାରେ ଥିବା ଶହିୀଦ ଭଗତ ସିଂଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ କୁ ମାର୍ଗ ଦର୍ଶନ କରିଥିଲେ ସୁବ୍ରତ ପୂଜାରୀ। ମୁଖ୍ୟ ସଂଯୋଜକ ଥିଲେ ବରୁଣ କୁମାର ପାଣିଗ୍ରାହୀ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କେ ରବି ବାବୁ, ଭିକାରୀ ବେହେରା, ଅଭି ପ୍ରଧାନ, ନରସିଂହ ସେଠୀ, ବୃନ୍ଦାବନ ପଟ୍ଟନାୟକ, ପ୍ରଦୀପ ସାହୁ, ଶିଶିର କୁମାର ଦାସ, ଓ ସବିତା ସାହୁକାର, ଅଞଳୀ ମହାନ୍ତି, ନରେଶ ଗନ୍ତାଘରିଅ, ଉମେଶ ସେନାପତି, ଚିତ ଭାଇ, ବସନ୍ତ ଶତପଥୀ, ପ୍ରଫୁଲ ଦାସ ପ୍ରମୂଖ ଭଗତ ସିଂହଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ପ୍ରିନ୍ସ ସରୋଜ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here