ଏୟାର ଡିଫେନ୍ସର ୨୫ବର୍ଷ ପୂର୍ତ୍ତି ଅବସରରେ କଲର୍ସ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

0
196

 

ବ୍ରହ୍ମପୁର,୨୮ା୯ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସେ ଗୋଳlବନ୍ଧ ଏୟାର ଡିଫେନ୍ସ କଲେଜ ୨୫ବର୍ଷ ପୂର୍ତ୍ତୀ ଅବସରରେ କଲର୍ସ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ସୁରକ୍ଷା ପାଇଁ ବିଶେଷ ଅବଦାନ କ୍ଷେତ୍ରରେ ରେଜିମେଣ୍ଟକୁ ଏହି ସମ୍ମାନ ଦିଆଯାଏ । ଏହାଛଡ଼ା ସେ ପୁରସ୍କାର ପ୍ରଦାନ କରି ସନ୍ତୋଶ ପ୍ରକାଶ କରିଛନ୍ତି । ତାଙ୍କ ଅଭିଭାଷଣରେ ଭାରତୀୟ ସେନାର ଗୌରବ ବଖାଣିଛନ୍ତି । ଏକତା, ଅଖଣ୍ଡତାଓ ସାର୍ବଭୌମତ୍ୱ ପାଇଁ ଅବଦାନକୁ ପ୍ରଶଂସା କରିଛନ୍ତି ।ଗୋଳାବନ୍ଧ ଏୟାର ଡିଫେନ୍ସ କଲେଜରେ ଯୋଗ ଦେଇ ସମ୍ମାନଜନକ ପ୍ରେସିଡେଂଟ କଲର୍ସ ଆୱାଡ ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ । ଆୱାର୍ଡ ପ୍ରଦାନ କରିବା ପରେ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି । ଦୀର୍ଘବର୍ଷ ଧରି ଉଲ୍ଲେଖନୀୟ ସେବା ଯୋଗାଇ ଆସୁଥିବାରୁ ଏହି ଆର୍ମି ଡିଫେନ୍ସ ସେଂଟରକୁ ସମ୍ମାନଜନକ ପ୍ରେସିଡେଂଟ୍ କଲର୍ସ ଆୱାର୍ଡ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ୧୯୮୯ରେ ସ୍ୱୟଂଶାସିତ ସଂସ୍ଥାର ମାନ୍ୟତା ପାଇବା ପରଠାରୁ ଏହି କଲେଜ ମୁଖ୍ୟତଃ ସ୍ଥଳସେନାର ଏୟାର ଡିଫେନ୍ସ ଯବାନଙ୍କୁ ପ୍ରଶିକ୍ଷଣ ଦେଇଆସୁଛି । ପ୍ରାୟ ୨୫ ବର୍ଷ ତଳେ ଏୟାର ଡିଫେନ୍ସକୁ ଆର୍ଟିଲାରି ରେଜିମେଂଟରୁ ଅଲଗା କରାଯାଇଥିଲା ।
ସ୍ଥଳଭାଗରେ ଲଢେଇ କରୁଥିବା ସେନା ମଧ୍ୟ ଆକାଶରେ ଶତ୍ରୁ ପକ୍ଷର ଯୁଦ୍ଧ ବିମାନ ଓ ଅନ୍ୟାନ୍ୟ ଆକ୍ରମଣକୁ ପ୍ରତିହତ କରିଥାଏ । ତେଣୁ ଆର୍ମି ଏୟାର ଡିଫେନ୍ସ କଲେଜରେ ମୁଖ୍ୟତଃ ଏ ସଂପର୍କିତ ତାଲିମ ଦିଆଯାଏ । ତେବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ କୌଶଳ ବାବଦରେ ତାଲିମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋଳାବନ୍ଧସ୍ଥିତ ଏହି ସଂସ୍ଥାକୁ ସମ୍ମାନଜନକ ଫ୍ଲାଗ୍ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ବିପିନ ରାୱତ୍ ମଧ୍ୟ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଲେଫ୍ଟନାଂଟ ଜେନେରାଲ ଅଶ୍ୱିନୀ କୁମାର ଓ ଲେଫ୍ଟନାଂଟ ଜେନେରାଲ ଏ.ପି. ସିଂହ ପ୍ରମୁଖ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here