ବିଶ୍ବ ପର୍ଯ୍ୟଟକ ଦିବସ ପାଳନ

0
192

ପାରଳାଖେମୁଣ୍ଡି ୨୮/୯– ପାରଳାଖେମୁଣ୍ଡି ସ୍ଥିତ ପର୍ଯ୍ୟଟକକାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟକ ଦିବସ ପାଳନ ହୋଇଯାଇଛି।
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବିଭିନ୍ନ ବାଦ୍ୟାଳୟର ଛାତ୍ରଛାତ୍ରୀ ମାନେଙ୍କ ଦ୍ଵାରା ଏକ ସଚେତନତା ସାଇକେଲ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ପାରଳାଖେମୁଣ୍ଡି ସହର ବାସୀଙ୍କୁ ଜିଲ୍ଲା ପର୍ଯ୍ୟଟକ ଓ ତାହାର ପରିବେଶ ସ୍ୱଛତା ଉପରେ ସଚେତନତା କରାଇଥିଲେ। ଜିଲ୍ଲାପାଳ ଅନୁପମ ଶାହା ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱ ପର୍ଯ୍ୟଟକ ଦିବସ ପାଳନର ଅଭିମୁଖ୍ୟ ସମ୍ପର୍କରେ କହିଥିଲେ। ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ପର୍ଯ୍ୟଟନ ଦାଇତ୍ଵରେ ଥିବା ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ଏବଂ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଥିବା ପର୍ଯ୍ୟଟନ ଓ ତୀର୍ଥ ସ୍ଥଳୀ ଗୁଡିକ ଉପରେ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡଃ. ସିମାଞ୍ଚଳ ପଣ୍ଡା, ବିଜୁ ଯୋବାହିନୀ ଜିଲ୍ଲା ସଂଯୋଜକ ନାମର ଚନ୍ଦ୍ର ସାହୁ, କାର୍ଯ୍ୟକ୍ରମ ଅଧିକାରୀ ସୁନୀତା ସାହୁ ଓ ସାହେବ ବାବୁ ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here