ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍-ଆରଟିଓ କାର୍ଯ୍ୟାଳୟରେ ପୁଲିସର ଚଢ଼ାଉ, ୭୫ ଦଲାଲ୍ ଗିରଫ୍

0
198

 

*ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ୍ ପରେ ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍ ପରିସର ଓ ଆରଟିଓ କାର୍ଯ୍ୟାଳୟରେ ପୁଲିସ୍ ଅତର୍କିତ ଭାବେ ଚଢ଼ାଉ କରି ଶୁକ୍ରବାର ୭୫ ଜଣ ଦଲାଲଙ୍କୁ ଗିରଫ କରିଛି। ଦଲାଲ୍ ମାନେ ଗିରଫ ହେବା ନେଇ ପୁଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ହସ୍‌ପିଟାଲ୍ ପରିସରୁ ୩୧ ଜଣ ଦଲାଲ୍ ଗିରଫ ହୋଇଥିବା ବେଳେ ଆରଟିଓ କାର୍ଯ୍ୟାଳୟରୁ ୪୪ ଜଣ ଦଲାଲ୍ ଗିରଫ୍ ହୋଇଛନ୍ତି।*

*ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରୁ ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଆରଟିଓମାନଙ୍କ ସହ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ରୁତ ତଥା ବିପଦପୂର୍ଣ୍ଣ ଭାବରେ ଗାଡ଼ି ଚାଳନା କରୁଥିବା, ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କଡ଼ା ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ଆରଟିଓଙ୍କୁ ନିର୍ଦ୍ଦେଶ୍ ଦେଇଥିଲେ।*

LEAVE A REPLY

Please enter your comment!
Please enter your name here