ଲୁଟ ଘଟଣା ର ପର୍ଦ୍ଦାଫାସ, ଗଞ୍ଜାମ ପୋଲିସ ର ବଡ ସଫଳତା

0
292

ଛତ୍ରପୁର, ୨୮/୯ –ବ୍ୟବସାୟୀ ଙ୍କ ଠାରୁ ରୁପା ଚୋରି ଘଟଣାରେ ଗଞ୍ଜାମ ପୋଲିସ ଏ . ଶେଖର ନାମକ ଜଣେ ଯୁବକ ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୭କିଲୋ ୨୦୦ଗ୍ରାମ ଓଜନର ରୁପା ସହ ୪୯ ହଜାର ଟଙ୍କା ଜବତ କରିଛନ୍ତି । ଏହା ସହ ଏକ ମୋଟର ସାଇକେଲ ଅଭିଯୁକ୍ତ ଙ୍କ ଠାରୁ ଜବତ ହୋଇଛି ।ଏ ନେଇ ଗଞ୍ଜାମ ପୋଲିସ ପକ୍ଷ ରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏସପି ଶ୍ରୀ ବ୍ରିଜେଶ ରାଏ ସୁଚନା ପ୍ରଦାନ କରିଥିଲେ ।ଚଳିତ ମାସ ୧୪ ତାରିଖରେ ଭଞ୍ଜନଗର ନିକଟରେ ବ୍ୟବସାୟୀ ଲଛମନଙ୍କ ଠାରୁ ଅଭିଯୁକ୍ତ ଚୋରି କରିଥିଲା ।ଆଜି ର ସାମ୍ବାଦିକ ସମ୍ମିଳନୀ ରେ ଛତ୍ରପୁର ଏସଡିପିଓ ଉତ୍କଳ ଦାଶ, ଓ ଆସ୍କା, ଭଂଜନଗର, ରମ୍ଭା, ଛତ୍ରପୁର ଥାନାଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here