ଓଡିଶା ମଟର ସଂଘ ତରଫରୁ ଦିଗପହଣ୍ଡିରେ ଏକ ନୂତନ ଶାଖା ଉଦଘାଟିତ।

0
147

 

ଦିଗପହଣ୍ଡି :୨୯/୯(ନିପ୍ର) ରବିବାର ଦିନ ଦିଗପହଣ୍ଡି ନୂତନ ବସଷ୍ଟାଣ୍ଡ ପରିସରରେ ଓଡ଼ିଶା ମୋଟର ସଂଘ ତରଫରୁ ଦିଗପହଣ୍ଡି ଶାଖାର ଏକ ନୂତନ ଶାଖା ଉଦଘାଟିତ ହେବା ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଚାଳକ କଲ୍ୟାଣ ପାଣ୍ଠି ସଭାପତି ଦେବଦତ୍ତ ଡାକୁଆଙ୍କ ସଭାପତିତ୍ବରେ ଆୟୋଜିତ ସଭାକାର୍ଯ୍ୟରେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେହିପରି ଦିଗପହଣ୍ଡି ବିଡ଼ିଓ ହଳଧର ଶବର , ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ , ରାଜ୍ଯ ସଭାପତି ମୁକ୍ତିକାନ୍ତ ଶତପଥୀ , ରାଜ୍ୟ ସଂଗଠନ ସମ୍ପାଦକ ସନ୍ତୋଷ କୁମାର ମଙ୍ଗରାଜ ପ୍ରମୁଖ ସମ୍ମାନୀୟ ଅତିଥିଭାବେ ମଞ୍ଚାସୀନ ରହି ସଂଘର କର୍ମଚାରୀମାନଙ୍କୁ ସଡକ ଦୁର୍ଘଟଣାରୁ ମୁକ୍ତି ପାଇବା ପାଇଁ ଗାଡିକୁ ନିଜ ନିୟନ୍ତ୍ରଣ ଭିତରେ ରହି ଗାଡ଼ି ଚଳାଇବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୮ଟି ମୋଟର ଚାଳକ ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ । ଏହି ଅବସରରେ କର୍ମଚାରୀମାନେ ମୋଟର ଚାଳକ ମାନଙ୍କର ବିଭିନ୍ନ ମୈଳିକ ସମସ୍ୟା ନେଇ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମୋଟର ଚାଳକ ସଂଘର ସଭାପତି ଭାବେ ସୂର୍ଯ୍ୟ ନାରାୟଣ ପାଢୀଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିବା ବେଳେ ବିଶ୍ଵନାଥ ସେଠୀ ଉପସଭାପତି , ବିଜୟ କୁମାର ମିଶ୍ର ସମ୍ପାଦକ, କୁଶ ମହାପାତ୍ର ସହ ସମ୍ପାଦକ , କୋଷାଧ୍ୟକ୍ଷ ରମେଶ ପାତ୍ର ଓ ରଞ୍ଜନ କୁମାର ସାହୁଙ୍କୁ ସହ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଘର ସମସ୍ତ କର୍ମଚାରୀ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here