ମାଁ ଶ୍ୟାମକାଳୀ ମନ୍ଦିର ରେ ନବରାତ୍ର ପୂଜା ଆରମ୍ଭ

0
184

ହିଞିଳିକାଟୁ ୨୯/୯:- ରବିବାର ଠାରୁ ମା’ ଙ୍କ ନବରାତ୍ର ପୂଜା ମହା ଆଡମ୍ବରରେ ହିଞିଳିକାଟୁ ପୌର ପରିଷଦ ଓ ଏହାର ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ନିକଟସ୍ଥ ମାଁ ଶ୍ୟାମକାଳୀ ,ଖରିଡା ନିକଟସ୍ଥ ମାଁ କରେଇଶୁଣି , ଦଣ୍ଡକାଳୀ, ଗ୍ରାମଦେବୀ ଓ ଠାକୁରାଣୀ ମନ୍ଦିର ଗୁଡିକରେ ମାଙ୍କର ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଲଘୁଚାପ ଜନିତ ବର୍ଷାରେ ମଧ୍ୟ ବିଭିନ୍ନ ଗ୍ରାମ ଓ ସାହି ଗଳିକନ୍ଦିରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିବାବେଳେ ଭକ୍ତମାନେ ଅଖଣ୍ଡ ଦୀପ ପ୍ରଜ୍ବଳନ ସହ ଫୁଲ ,ବେଲପତ୍ର, ହଳଦୀ, କୁଙ୍କୁମ ଦ୍ୱାରା ମାଁ ଙ୍କ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଏଥିସହ ମାଁ ଶ୍ୟାମକାଳୀ ମନ୍ଦିର ପରିସରରେ ହୋମଜଜ୍ଞ,ନାମଜଜ୍ଞ ସହ ମାଁ ଙ୍କ ରୀତିନୀତି ଅନୁାୟୀ ପୂଜାର୍ଚ୍ଚନା କରାଯାଉଛି । ଏହି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅଷ୍ଟମୀ ପଯ୍ୟନ୍ତ ଚାଲୁରହିବା ବୋଳି କମିଟି ପକ୍ଷରୁ କୁହାଯାଇଛି ।
ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here