ଶିକିରି ରାଜସ୍ବ ସର୍କଲରେ “ମୋ ଗାଁରେ ତହସିଲ “କାର୍ଯ୍ୟକ୍ରମ ଆରମ୍ଭ ।

0
247

ହିଞିଳିକାଟୁ ୨୯/୯ : ରାଜସ୍ୱ ବିଭାଗରେ ଥିବା ମାମଲା ଗୁଡିକ ରେ ତ୍ୱରିତ ଫଇସଲା ସହ ହାତପାଅନ୍ତାରେ ଲୋକଙ୍କ ନିକଟରେ ସୁବିଧା ପହଞ୍ଚାଇବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ହିଞିଳିକାଟୁ ତହସିଲ ଶିକିରି ସର୍କଲ ରେ “ମୋ ଗାଁରେ ତହସିଲ” ।ଏହି କାର୍ଯ୍ୟକ୍ରମ ତହସିଲଦାର ଗୋପୀନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ରିବନ କାଟି ଶୁଭାରମ୍ଭ କରିଥିଲେ ।ଡିଆରଡିଏ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର ସମ୍ମାନିତ ଅତିଥି ରୂପେ,ସୁରେନ୍ଦ୍ର ନାଥ ପ୍ରଧାନ,ବିଡ଼ିଓ ପ୍ରସନ୍ନ କୁମାର ପାତ୍ର,ଆଇଆଇସି ଅଭିମନ୍ୟୁ ଦାସ,ଅତିରିକ୍ତ ତହସିଲଦାର ସୁନିଲ ପ୍ରଧାନ, ଦେବରାଜ ପାତ୍ର ମଂଚାସିନ ଥିଲେ ।ଏଥିରେ ବାସ ଗୃହ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ଜାତିଗତ ପ୍ରମାଣ ପତ୍ର, ଆୟବ୍ୟୟ ଆଦି ପ୍ରମାଣ ପତ୍ର ପାଇଁ ତହସିଲ ଓ ରାଜସ୍ବ କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ୯ ଗୋଟି ମାମଲାରେ ୨୨୭ଜଣଙ୍କୁ ପଟ୍ଟା ସହ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।ସେଗୁଡିକ ନୂତନ ପଟ୍ଟା,୧୯(ସି),ଇ ପାଉତି ପଟା ବିତରଣ, ଗ୍ରାମକଣ୍ଠ, ଓଏଲଏଆର (୮)ଏ ଘରବାରି ,ବସୁନ୍ଧରା, ବିବିଧ ସମ୍ମତ ଦାୟକ ପତ୍ର,ଦାଖଲ ଖାରଜ ମାମଲାର ଫଇସଲା, ଆବାସିକ ପତ୍ର,ଆୟ ପ୍ରମାଣ ପତ୍ର ସମସ୍ତ କର୍ମଚାରୀଙ୍କ ତଦାରଖ କରିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ କିରାଣୀ ଦିବାଧର ପୂଜାରୀ, କିରାଣୀ ଗୋପାଳ ରେଡ୍ଡୀ, ଅଶୋକ ପଣ୍ଡା, ସୁପ୍ରଭା ନାୟକ ସୁନିତା ପାତ୍ର, ତ୍ରିଲୋଚନ ଦାଶ ,ସୁପରଭାଇଜର ପୁରୁଷୋତ୍ତମ ରେଡ୍ଡୀ, ସୀମାଞ୍ଚଳ ସ୍ୱାଇଁ, ରାଜସ୍ୱ ନିରୀକକ୍ଷ ସଞ୍ଜୟ ସାହୁ,ସୁନିଲ ମହାରଣା, ଅରବିନ୍ଦ ଦାସ, ଗାଯାତ୍ରୀ ଦେବୀ,ମଧୁଲିକା ପାତ୍ର,ସଞ୍ଜୟ ସ୍ୱାଇଁ, ବିନୟ ଶବର, ସପ୍ନେଶ୍ୱର ପାଳ,ମଞ୍ଜୁଲତା ପ୍ରଧାନଙ୍କ ସମେତ ସମସ୍ତ ଅମିନ ,ସରପଞ୍ଚ, ସମିତି ସଭ୍ୟ ବହୁ ଗ୍ରାମବାସୀ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here