୬୫ ତମ ରାଜ୍ୟ ଭଲିବଲ୍ ପ୍ରତିଯୋଗିତା ଉଦଯାପିତ ଦିବସରେ ଅଧିକାରୀଙ୍କ ନାଚରେ ଦୁଲୁକିଲା ମଞ୍ଚ

0
188

ପାରଳାଖେମୁଣ୍ଡି , ୨୯/୯– ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ଭଲିବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ୨୭ ତାରିଖ ସନ୍ଧ୍ୟାରେ ଆୟୋଜିତ ଏହି ଉଦଯାପିନୀ ଉତ୍ସବରେ ବିଜୟୀ ଟିମ୍ ସହ ଭଲ ଖେଳିଥିବା ଖେଳାଳି ସହ ଏହାର ସୁପରିଚାଳନା କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ଅଧିକାରୀଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ଏହାପରେ ମଞ୍ଚରେ ରୋମାଞ୍ଚକର ବାତାବରଣ ଦେଖା ଦେଇଥିଲା। ମଞ୍ଚରେ ଗୀତରେ ତାଳେ ତାଳେ ନାଚି ଉଠିଥିଲେ ସମସ୍ତ ଅଧିକାରୀ ଓ ପ୍ରତିଯୋଗି । ଏଥିରେ ଜିଲ୍ଲାପାଳ ଅନୁପମ଼ ଶାହା, ଏସପି ସାରା ଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂ ସମସ୍ତ ଅଧିକାରୀ ମାନେ ଓ ପ୍ରତିଯୋଗି ମାନେ ମଞ୍ଚରେ ଧୁମ୍ ମଚାଇଥିଲ।ଏହାକୁ ଦେଖିବା ବେଳେ ଲାଗଥିଲା ସତେ ଯେମିତୀ ଏ ଅବସରକୁ ସେମାନେ କାହିଁ କେତେ ଦିନରୁ ଅପେକ୍ଷା କରି ରହିଥିଲେ। ସବୁବେଳେ ଲୋକଙ୍କ ସେବାରେ ନିୟୋଜିତ ଥିବା ଏହି ଅଧିକାରୀଙ୍କୁ ଭିନ୍ନ ଚେହେରାରେ ଦେଖୁଥିବା ବେଳେ ମଞ୍ଚରେ ଭିନ୍ନ ରୂପରେ ଦେଖିଥିଲେ। ତେଣୁ ଏହାକୁ ଲୋକେ ବେଶ୍ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମ ସରିବା ପରେ ଜିଲ୍ଲାପାଳ ଅନୁପମ ଶାହା ନିଜ ପ୍ରକ୍ରିୟାରେ କହିଛନ୍ତି ଯେ ସେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ସଫଳତା ସହ ଆୟୋଜନ କରିବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା ।ଏଥିରେ ବର୍ଷା ବି ବାଧକ ହୋଇଥିଲା । ତଥାପି ଧର୍ଯ୍ୟ ସମୟ ମଧ୍ୟରେ ଏହାକୁ ଆମେ ସଫଳତାର ସହ ଆୟୋଜିତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here