ହରଡାଖଣ୍ଡି ରାଜସ୍ବ ସର୍କଲରେ “ମୋ ଗାଁ ରେ ତହସିଲ” କାର୍ଯ୍ୟକ୍ରମ

0
194

ବ୍ରହ୍ମପୁର, ୨୯/୯ -ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବ୍ରହ୍ମପୁର ତହସିଲ ର ପ୍ରଯୋଜିତ “ମୋ ଗାଁ ରେ ତହସିଲ” କାର୍ଯ୍ୟକ୍ରମ ହରଡାଖଣ୍ଡି ରାଜସ୍ବ ସର୍କଲରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ତହସିଲଦାର ଶ୍ରୀ ଦୟାମୟ ପାଢ଼ୀ, ଅତିରିକ୍ତ ତହସିଲଦାର , ରାଜସ୍ବ ସୁପରଭାଇଜର ବିଶ୍ବନାଥ ଲେଙ୍କା, ରାଜସ୍ବ ନିରିକ୍ଷକ (ହରଡାଖଣ୍ଡି) ଜନକ ଦାସ, ରାଜସ୍ବ ନିରିକ୍ଷକ ସୁବ୍ରତ ଶବର, ବିଜୟ କୁମାର ପାଣିଗ୍ରାହୀ, ରବିନ୍ଦ୍ର ପଣ୍ଡା, ସ୍ମିତାରାଣୀ ନାୟକ, ଶର୍ମିଷ୍ଠା ବେହେରା, ରଶ୍ମିତା ମୁନୀ ଓ ତହସିଲ କର୍ମଚାରୀ ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ୧୦୪ ପଟ୍ଟା ବଣ୍ଟନ, ଓଏଲଆର ପ୍ରିମିୟମ ଆଦାୟ ସମେତ ବିଭିନ୍ନ ରାଜସ୍ବ ମାମଲା ର ଦରଖାସ୍ତ ଗ୍ରହଣ ଇତ୍ଯାଦି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here