ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା

0
211

ପାରଳାଖେମୁଣ୍ଡି 29/9– ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟରେ ଆଜି ଦିନ ୧୧. ୩୦ ମିନିଟ ସମୟରେ ଜିଲ୍ଲା ସ୍ତରୀୟ ଜାତୀୟ ଚିତ୍ରା ଅଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ପ୍ରତେକ ବ୍ଲକରୁ ୮୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ସାଧାରଣ ବଗର ପ୍ରତିଯୋଗି ମାନଙ୍କୁ ଦୁଇ ଭାଗ ଓ ଭିନ୍ନ କ୍ଷେମ ବଗର ପ୍ରତିଯୋଗି ମାନଙ୍କୁ ୬ ଭାଗରେ ବିଭକ୍ତ କରାଯାଇଥିଲା। ଜାତୀୟ ସ୍ତରରୁ ଆସିଥିବା ନିଦ୍ଧେଶବଳୀ ଅନୁସାରେ ପ୍ରତିବଗର ପ୍ରତିଯୋଗି ମାନଙ୍କୁ ଭିନ୍ନ ଭିନ୍ନ ବିଷୟ ବସ୍ତୁ ଉପରେ ଚିତ୍ରାଅଙ୍କନ ଦିଆଯାଇଥିଲା। ସେହି ବିଷୟ ବସ୍ତୁ ଉପରେ ହିଁ ବିଭିନ୍ନ ବଗର ପ୍ରତିଯୋଗି ମାନେ ଚିତାକଷଣ ଚିତ୍ରା ଅଙ୍କନ କରିବା ସହ ସେଥିରେ ରଙ୍ଗ ମଧ୍ୟ ଦେଇଥିଲେ। ଜିଲ୍ଲାପାଳ ଅନୁପମ ଶାହାଙ୍କ ଦ୍ୱାରା ଚିହ୍ନିତ ହୋଇଥିବା ବିଚାରପତି ମାନଙ୍କ ଦ୍ଵାରା ମୂଲ୍ୟାଙ୍କନ କରାଯାଇ ପ୍ରତିବଗରୁ ୫ ଗୋଟି ଲେଖାଏ ଚିତ୍ରା ଅଙ୍କନକୁ ଚିହ୍ନଟ କରାଯାଇ ରାଜ୍ୟ ସ୍ତରକୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ପ୍ରତିବଗରୁ କୃତି କାର୍ଯ୍ୟ ହୋଇଥିବା ୩ ଜଣଙ୍କୁ ଆଗାମୀ ଦିନରେ ଯେ କୌଣସି ଜିଲ୍ଲା ସ୍ତରୀୟ ଉସ୍ରାବରେ ସମ୍ମାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ପ୍ରତିଯୋଗିତାରେ ବିଚାରପତି ଭାବେ ଶ୍ରୀମତୀ ସୁନୀତା ମିଶ୍ର, ପ୍ରଶନ ପଣ୍ଡା, ଶ୍ରୀ ମୁରଲୀ ପରିଛା ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଶିଶୁ ମଙ୍ଗଳ ଅଧିକାରୀ ପ୍ରମୋଦ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଚାଇଲଡ ଲାଇନର ସଦସ୍ୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା

LEAVE A REPLY

Please enter your comment!
Please enter your name here