ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

0
166

ବ୍ରହ୍ମପୁର, ୨୯/୯- ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ଯୁତ ପୁରୁ କଲୋନୀ ନିକଟସ୍ଥ ଏକ ପରିତ୍ଯକ୍ତ କୂଅ ରୁ ଏକ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକ ଜଣକ ନିକଟସ୍ଥ ଶକ୍ତି ନଗର ଅମ୍ବିକା ପ୍ରସାଦ ପାଢୀ(ବୁଡୁ) ବୋଲି ଜଣାପଡିଛି। ସେ ଦୁଇ ଦିନ ପୂର୍ବରୁ ନିଖୋଜ ହୋଇଥିଲେ ଏବଂ ପରିବାରବର୍ଗ ବହୁ ଖୋଜାଖୋଜି କରିବା ପରେ ଥାନା ରେ ଜଣାଇଥିଲେ। ଆଜି ସକାଳୁ ପରିତ୍ୟକ୍ତ କୂଅ ରୁ ମୃତଦେହ ମିଳିବା ଯୋଗୁଁ ହତ୍ଯା ନା ଆତ୍ମହତ୍ଯା ସଂଦେହ କରୁଛନ୍ତି ପରିବାର ବର୍ଗ। ବୈଦ୍ଯ ନାଥପୁର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପାଇଁ ବଡ ମେଡିକାଲ କୁ ପଠାଇ ତଦନ୍ତ ଅାରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here