ଗଣ୍ଡହାତୀ ଜଳପ୍ରପାତ ଅଂଚଳ ରୁ ନାବାଳିକା ଉଦ୍ଧାର

0
186

ପାରଳାଖେମୁଣ୍ଡି ,୩୦/୯– ଗଜପତି ଜିଲାର ପ୍ରଖ୍ୟାତ ପର୍ଯ୍ୟଟନ ସ୍ଥଳ ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳରୁ ଅପହୃତ ନାବାଳିକାକୁ ପୋଲିସ ଉଦ୍ଧାର କରିଛନ୍ତି । ଏହି ଅପହରଣ ଘଟଣାରେ ସଂପୃକ୍ତ ଜଣେ ଯୁବକକୁ ପୋଲିସ ଦ୍ୱାରା ଅଟକ ରଖାଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ,ଗତକାଲି ଅପରାହ୍ନରେ ଗଜପତି ଜିଲ୍ଲାର ଲାବନ୍ୟଗଡ ଗ୍ରାମରୁ ୨ଭଉଣୀ ତାଙ୍କ ମାମୁଁଙ୍କ ସହ ଗଣ୍ଡାହାତୀ ଜଳ ପ୍ରପାତ ପର୍ଯ୍ୟଟନ କ୍ଷେତ୍ରକୁ ବୁଲିବା ପାଇଁ ଯାଇଥିଲେ । ଏହି ସମୟରେ ସେଠାରେ କେତେକ ଦୁବୃତ୍ତ ପହଞି ବଡ ଭଉଣି କୁ ଟଣାଉଟରା କରିଥିଲେ । ଏଥିରେ ଝିଅଟିର ମାମୁଁ ଓ ସାନ ଭଉଣୀ ଦୁବୃତ୍ତ ମାନଙ୍କୁ ପ୍ରତିରୋଧ କରିବାରୁ ସେ ମା ଭଉଣି କୁ ଆକ୍ରମଣ କରି ଜଣେ ଦୁବୃତ୍ତ ଝିଅଟିକୁ ଟାଣି ନେଇ ଏକ ମଟର ସାଇକେଲ ଦ୍ୱାରା ଅପହରଣ କରି ନେଇ ଯାଇଥିଲେ । ଏହି ଘଟଣା ଝିଅର ବାପା ଜାଣିବା ପରେ ଗାରବନ୍ଧା ଥାନାରେ ଏଥିନେଇ ଲିଖିତ ଅଭିଯୋଗ କରିଥିଲେ । ଅପହୃତ ଏହି ଝିଅଟିର ବୟସ ୧୩/୧୪ ବର୍ଷ ହେବ ବୋଲି ସୂଚନା ମିଳିଛି । ଗାରବନ୍ଧା ପୋଲିସ ଏଥିନେଇ ତଦନ୍ତ କରି ଗତକାଲି ରାତିରେ ଗଜପତି ଜିଲ୍ଲାର ଭୂବନି ଗ୍ରାମ ନିକଟରୁ ନାବାଳିକାକୁ ଉଦ୍ଧାର କରିବା ସହ ସଂପୃକ୍ତ ଅପହରଣ କାରୀକୁ ପୋଲିସ ଧରିଥିଲେ । ଗାରବନ୍ଧ ଆଇଆଇସି ସୁଶାନ୍ତ ସାହୁ ଏଥିନେଇ କହିଛନ୍ତି,କେସ୍ ନଂ ୭୭/୧୯ରେ ଏକ ମକଦ୍ଧମା ରୁଜୁ ହୋଇ ଏହି ଅପହରଣ ଘଟଣାରେ ପାରଳାଖେମୁଣ୍ଡି ସହରର ଅଙ୍କ ସାହିର ବିଜୟ କୁମାର ମହାନ୍ତିକୁ ଅଟକ ରଖାଯାଇ ମାମଲାଟି ର ତଦନ୍ତ ଜାରି ରହିଛି ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here