ଜିଲା ସଡ଼କ ପରିବହନ କମିଟି ବୈଠକ, ୮ ମାସରେ ୫୧୮ ଦୁର୍ଘଟଣା, ୨୮୦ ଜଣଙ୍କ ମୃତ୍ୟୁ।

0
192

ଛତ୍ରପୁର,୨୯/୯:ଗଞ୍ଜାମ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ଛକରେ ସିସି କ୍ୟାମେରା ଲାଗିବ। ଏହାର ମନିଟରିଂ ପାଇଁ ଛତ୍ରପୁର ଓ ହଳଦିଆପଦରଠାରେ କଣ୍ଟୋ୍ଲ ରୁମ୍‌ ରହିବ। ରବିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଜିଲା ସଡ଼କ ପରିବହନ କମିଟି ବୈଠକରେ ଏହି ନିଷ୍ପତ୍ତିି ହୋଇଛି। ପରିବହନ ଓ ସ୍ଥାନୀୟ ପୋଲିସର ପରାମର୍ଶ ନେଇ ଏହି କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଏନ୍‌ଏଚଏଆଇ ପିଡିଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସିସି କ୍ୟାମେରା ଫୁଟେଜରୁ ବେପାରୁଆ ଗାଡି ଚାଳନା ଓ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ସମ୍ପର୍କରେ ଜାଣିହେବ ଏବଂ ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାତୀୟ ରାଜପଥରେ ବୁଲୁଥିବା ଗୋରୁଙ୍କୁ ପ୍ରଶାସନ ପକ୍ଷରୁ ଧରାଯିବ ବୋଲି ସୂଚନା ମିଳିଛି। ସେହିପରି ଖଲ୍ଲିକୋଟ ଘାଟିରେ ବଟି ଆଦାୟ ହେଉଥିବା ଅଭିଯୋଗ ହେଉଛି। ସେଠାରେ ନିୟମିତ ପୋଲିସ ପାଟ୍ରୋଲିଂ କରିବ। ଉକ୍ତ ଘାଟିର ଅନ୍ଧାର ସ୍ଥାନରେ ସୌରଚାଳିତ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବ। ହଳଦିଆପଦରଠାରେ ପୂର୍ବ ନିଷ୍ପତ୍ତିି ଅନୁସାରେ ଏନଏଚ୍‌ଏଆଇ ନିର୍ମାଣ କାର୍ଯ୍ୟ କରି ନ ଥିବାରୁ ଜିଲାପାଳ ତାଗିଦ୍‌ କରିଥିଲେ। ଜାତୀୟ ରାଜପଥ ପାର୍ଶ୍ୱରେ ଘରୋଇ ଜମି ଚିହ୍ନଟ କରି ସେଠାରେ ପାର୍କିଂ କରିବାକୁ ଟ୍ରକ୍‌ ଆସୋସିଏଶନକୁ ଜିଲାପାଳ କହିଥିଲେ। ବ୍ରହ୍ମପୁର ସହରରେ ପୂର୍ବ ନିଷ୍ପତ୍ତି ପ୍ରକାରେ ଷ୍ଟପେଜରେ ବସ ନ ରଖିଲେ ଜରିମାନା ଆଦାୟ କରାଯିବ। ଜିଲାର ସମସ୍ତ କଲେଜରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କ୍ୟାମ୍ପ କରାଯିବ ବୋଲି ସ୍ଥିର ହୋଇଛି। ହେଲମେଟ୍‌ ନ ପିନ୍ଧି ଛାତ୍ରୀଛାତ୍ର କଲେଜକୁ ଗଲେ ପ୍ରିନ୍ସପାଲ ଦାୟୀ ରହିବେ । ୨ ଚକିଆ ଗାଡି ଚଳାଉଥିବା ସମସ୍ତ ସରକାରୀ କର୍ମଚାରୀ ହେଲମେଟ୍‌ ପିନ୍ଧି ଆସିବେ ।ଏଥିରେ ଖିଲାପ କଲେ ଆଇନ୍‌ ଅନୁଯାୟୀ ଜରିମାନା ଆଦାୟ ହେବ। ଅଗଷ୍ଟ ମାସରେ ଦୁର୍ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୮ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ୫୧୮ ଦୁର୍ଘଟଣା ଘଟିଥିଲା। ଏଥିରେ ୨୮୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା। ବୈଠକରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ରୋୟ ଭାଉସାହେବ, ଛତ୍ରପୁର ଉପଜିଲପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଆରଟିଓ ସଞ୍ଜୟ ବିଶ୍ୱାଳ, ଜିଲା ମୁଖ୍ୟ ଚିକିସତ୍ାଧିକାରୀ ଡା. ବିଜୟ ପାଣିଗ୍ରାହୀ, ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ଛତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାସ, ବ୍ରହ୍ମପୁର ଟ୍ରାଫିକ୍‌ ଡିଏସ୍‌ପି ରାମକୃଷ୍ଣ ପତି, କମିଟିର ସଦସ୍ୟ ଅନୀଲ ପାଢୀ ଓ ବସନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here