ଆସନ୍ତାକାଲି ଠାରୁ ବନ୍ଦ ହେବ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ

0
255

ଭୂବନେଶ୍ୱର,୦୧/୧୦-ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ବନ୍ଦ ହେବ ‘ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌’ । ୧୨ ଦିନ ତଳେ ଏ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଆଜି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଣସି ବ୍ୟକ୍ତିବିଶେଷ ପ୍ଲାଷ୍ଟିକ୍‌ ପଲିଥିନ୍‌ ଆଦି ଉତ୍ପାଦନ ଓ ବିକ୍ରି କରିପାରିବ‌େ ନାହିଁ । ପ୍ଲାଷ୍ଟିକ୍‌ରୁ ନିର୍ମିତ ଚାମଚ, କପ୍‌, ପ୍ଲେଟ୍‌, ଗ୍ଲାସ୍‌, ପାଉଚ୍‌ ଆଦି ବ୍ୟବହାର ଉପରେ କଟକଣା ଲଗାଯାଇଛି । ଆଧ୍ୟାତ୍ମିକସ୍ଥଳୀ, ହୋଟେଲ୍‌, ରେଷ୍ଟୁରାଣ୍ଟ୍‌, କାଫେ, ଭ୍ରାମ୍ୟମାଣ ଖାଦ୍ୟ କାଉଣ୍ଟର, ବିବାହ ଉତ୍ସବ, ଅନୁଷ୍ଠାନ, କାର୍ଯ୍ୟାଳୟରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟବହାର ହେଲେ ସମ୍ପୃକ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେ‌ଷ ସେଥିପାଇଁ ଦାୟୀ ରହିବେ।

LEAVE A REPLY

Please enter your comment!
Please enter your name here