ଜିଲ୍ଲା ସ୍ତରୀୟ ଅନ୍ତଜାତିୟ ବରିଷ୍ଠ ନାଗରିକ ଦିବସ ପାଳନ

0
190

ପାରଳାଖେମୁଣ୍ଡି ୧/୧୦ – ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଅନ୍ତଜାତିୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ପାରଳା ପୈଉରପରିଷଦ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଯୋଗସଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ -ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ ଯୋଗଦେଇ ପ୍ରାଣାୟାମ ଏବଂ ଆସନ କ’ଣ ଏବଂ ଏସବୁର ନିୟମିତ ଆଭାଷ ଜାରି ରହିବା ଦ୍ବାରା ମନ କିଭଳି ସୁସ୍ଥ ରହିବା ତାହା ବୁଝାଇ ଥିଲେ। ଏହା ପରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ ଡଃ:ଭି:ଲୋକନାଥ ରାଜୁ ଏବଂ ଔଷଧ ବିଶେଷଜ୍ଞ ଡଃ: ରବିନ୍ଦ୍ର ନାଥ ମିଶ୍ରଙ୍କ ସମେତ ଫାର୍ମାସୀଷ୍ଟ ଏସ. କୋଟେଶର ରାଓ ଓ ଅଜୟ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କ ସମସ୍ତ ରୋଗ ଚିକିତ୍ସା ଓ ପରୀକ୍ଷା କରି ମାଗଣାରେ ଔଷଧ ପ୍ରଦାନ କରିଥିଲେ।
ଏହାପରେ ପୂର୍ବାହ୍ନରେ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ପାରଳା ପୈଉରପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ସଭାପତିତ୍ବରେ
କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଧେଶ ସମ୍ପର୍କରେ କହିଥିଲେ। ସଭା କାର୍ଯ୍ୟକ୍ରମ ଆରମ୍ଭରେ ଗୁରୁ କୈଳାଶ ପଟ୍ଟନାୟକ ଓ ତାଙ୍କ ସାଥୀମାନଙ୍କ ଦ୍ବାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ପାରଳା ପୈଉରପରିଷଦର ପ୍ରଶାସକ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଯୁବ ପିଢିଙ୍କ ଆଗାମି ଦିନ ମାନଙ୍କରେ ନିଜ ପିତା ମାତା ଓ ବୟସ୍କ ମାନଙ୍କ ପ୍ରତି କିପରି ଉଚିତ ସମ୍ମାନ ଓ ଭକ୍ତିର ଆଚରଣ ବ୍ୟବହାର ମିଳିପାରିବ ସେଥିପାଇଁ ନିଜ ଘରେ ସେମାନଙ୍କ ମଧ୍ୟରେ ମୂଲ୍ୟ ବୋଧ ଭିତ୍ତିକ ସଂସ୍କାର ଅଣାଯିବା ଉପରେ ବିଶେଷ ଗୁରୁତ୍ବାରୋପ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ବରିଷ୍ଠ ଆଇନଜୀବୀ ରାଜନାଥ ମିଶ୍ର ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡଃ: ଜିତେନ୍ଦ୍ର ପଟ୍ଟନାୟକ ପ୍ରମୁଖ୍ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ୪ ଜଣ ବରିଷ୍ଠ ନାଗରିକ ଯୁଗ-ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ, ଦେବରାଜ ପଟ୍ଟନାୟକ, ହରି ମୋହନ ପଟ୍ଟନାୟକ ଏବଂ ବରିଷ୍ଠ ଆଇନଜୀବୀ ବାଳକୃଷ୍ଣ ପାତ୍ର ଏହି ମାନଙ୍କୁ ମାନପତ୍ର ଓ ଉପ-ତୈାକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ନାଗରିକ ଓ ଯୁବପିଢିଙ୍କ ପାଇଁ ପ୍ରଫୁଲ୍ଲ ବେହେରା “ଜେଇସି କରନି ଓେଇସି ଭରନି” ସଙ୍ଗୀତ ପରିବେଷଣ କରିଥିଲେ। ସେଷରେ ପୈାରପରିଷଦ କନିଷ୍ଟି ଯନ୍ତ୍ରୀ ମଧୁସ୍ମିତା ଦାସ ସମସ୍ତଙ୍କୂ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here