ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷ ରୁ ଗାନ୍ଧୀ ଜୟନ୍ତୀ ପାଳିତ

0
238

ବ୍ରହ୍ମପୁର, ୦୨/୧୦–ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ବ୍ରହ୍ମପୁର ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ମଧୁ ପାଣିଗ୍ରାହୀ ଙ୍କ ବାସଭବନ ମଧୁକୁଞ ଠାରେ କାର୍ଯ୍ୟକର୍ତ୍ତା ମାନେ ଏକତ୍ରୀତ ହୋଇଥିଲେ। ୧୯୨୧ ମସିହା ମାର୍ଚ୍ଚ ୨୭ ରେ ମାହାତ୍ମ୍ଯ ଗାନ୍ଧୀ ବ୍ରହ୍ମପୁର ଗ୍ରସ୍ତ ରେ ଆସିଥିବା ବେଳେ ଦେଶକୁ ପରାଧୀନତାର ରୁ ମୁକ୍ତି କରିବା ପାଇଁ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଏକଜୁଟ କରିବା ଉଦ୍ଦେଶ୍ଯ ରେ ୨୯ ତାରିଖ ଦିନ ବାରାକସ ପଡିଆ ରେ ଉଦବୋଧନ ଦେଇଥିବା ଇତିହାସ ରହିଥିବା ବେଳେ ମାର୍ଚ୍ଚ ୨୮ ତାରିଖରେ କିଛି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ନେଇ ମଧୁକୁଞ ବାସଭବନରେ ବୌଠକ ସହ ବିଶ୍ରାମ ନେଇଥିଲେ। ଆଜି ସେଇ ଅତୀତ କୁ ମନେ ପକାଇ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତି ଓ ଅନ୍ୟ ନେତୃତ୍ବ ଗଣ ସେହି କକ୍ଷରେ ପହଞ୍ଚି ମାହାତ୍ମ୍ଯ ଗାନ୍ଧୀ ଙ୍କ ଫୋଟ ରେ ପୁଷ୍ପାଞ୍ଜଳୀ କରିବା ସହ ଚାରା ରୋପଣ କରିଥିଲେ। ଆଜି ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା କାମନା ପାଢୀ, ପ୍ରବୀର ପାତ୍ର, ପ୍ରଭାତ ଷଡଙ୍ଗୀ, ଶରତ ସାହୁ, ସୁନୀଲ ସାହୁ, ଗୌରୀ ମହାନ୍ତି, ଅମୂଲ୍ଯ ଚୌଧୁରୀ, ନିରଞ୍ଜନ ପାଣିଗ୍ରାହୀ, ବିଜୟ ପଣ୍ଡା, ରାମହରି ଖଣ୍ଡୁଆଳ, ବିକାଶ ପାଣିଗ୍ରାହୀ, ସୁବାସିନୀ ପଟ୍ଟନାୟକ, ନମିତା ପଣ୍ଡା, ସରିତା ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲ୍

LEAVE A REPLY

Please enter your comment!
Please enter your name here