ଦିଗପହଣ୍ଡି ପୂର୍ତ୍ତ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସାମୁହିକ ଭାବେ ସ୍ବଚ୍ଛତା ହିଁ ସେବା ଅଭିଯାନ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
201

 

ଦିଗପହଣ୍ଡି :୨/୧୦(ନିପ୍ର)ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଦିଗପହଣ୍ଡି ସହରକୁ ପ୍ଳାଷ୍ଟିକ ଓ ପଲିଥିନ ଭଳି ଅପଦାର୍ଥକୁ ବର୍ଜନ ଏବଂ ପରିବେଶ ସଫା ରଖିବା ନେଇ ଦିଗପହଣ୍ଡି ପୂର୍ତ୍ତ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସାମୁହିକ ଭାବେ ସ୍ବଚ୍ଛତା ହିଁ ସେବା ଅଭିଯାନ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଦିଗପହଣ୍ଡି ପୂର୍ତ୍ତବିଭାଗ ସବ ଡିଭିଜନ ସହକାରୀ ଯନ୍ତ୍ରୀ ଇଂ. ବାବୁଲି ଚାନ୍ଦ ଗୈାଡ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ଅଧ୍ୟକ୍ଷତାରେ ନିଜ କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳନ ମହାଆଡମ୍ବର ସହକାରେ ପାଳିତ ହୋଇଥିଲା । ଏହାପରେ ଏକ ଜନସଚେତନତା ଶୋଭାଯାତ୍ରା ସହ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କ ପକ୍ଷରୁ ସହର ସଫେଇ ସହିତ ଜନସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ପ୍ଲାଷ୍ଟିକ ଏବଂ ପଲିଥିନ୍ ସାମଗ୍ରୀ ବ୍ୟବହାର ଅନିବାର୍ଜ୍ୟ ବୋଲି ସଚେତନତାର ବାର୍ତ୍ତା ଲୋକଙ୍କୁ ପହଞ୍ଚାଇ ଦିଆଯାଇଥିଲା । ପରିବବେଶ ସନ୍ତୁଳିତ ନେଇ ସରକାର ଜନସଚେତନତା ସୃଷ୍ଟି ନେଇ ଯେଉଁ ଆଭିମୂଖ୍ୟ ରଖିଛନ୍ତି ତାହାକୁ ଶତ ପ୍ରତିଶିତ ଫଳପ୍ରଦ କରିବାକୁ ହେଲେ ସାମୁହିକ ସହେଯାଗ ଏବଂ ସମନ୍ନୟ ରକ୍ଷା କରିବାର ଆବଶ୍ୟକ ବୋଲି କୁହାଯାଇଥିଲା । ଶୋଭାଯାତ୍ରାରେ ଦିଗପହଣ୍ଡି ପୂର୍ତ୍ତ ବିଭାଗ ଓ ଏନଏସି କର୍ତ୍ତୃପକ୍ଷ କର୍ମଚାରୀ ପ୍ରଶାସନିକ ଅଧିକାରୀ ଜନପ୍ରତିନିଧି ଓ ବୁଦ୍ଧିଜିବୀ ମାନେ ସମୂହ ଭାବେ ଝାଡୁ ଧରି ସଫେଇ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଗାନ୍ଧୀ ଜୟନ୍ତୀ ପରଠାରୁ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର କରିବା ଏବଂ ଘର କିମ୍ବା ବ୍ୟବସାୟିକ ଅନୁଷ୍ଠାନ ସମ୍ମୁଖରେ ଅଳିଆ ଅବର୍ଜନା ରହିଲେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଏବଂ ଜରିମାନା ସମ୍ପର୍କରେ ଲୋକଙ୍କୁ ଜନସଚେତନତା ସୃଷ୍ଟି କରାଯାଇଥିଲା । ଏହି ସଚେତନତା ଶିବିରରେ ସହକାରୀ ଯନ୍ତ୍ରୀ ଇଂ. ଅଶୋକ କୁମାର ପହାନ , ଶେରଗଡ଼ ସହକାରୀ ଯନ୍ତ୍ରୀ ବନୋଜ ସେଠୀ , ଦିଗପହଣ୍ଡି ବିଡିଓ ହଳଧର ଶବର, ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜୁର୍, ପୂର୍ବତନ ନଗରପାଳ ସୁନୀତା ସେଠୀ, ଉପନଗରପାଳ ପ୍ରଦୀପ୍ତ ପଟ୍ଟନାୟକ, ପ୍ରଫୁଲ୍ଲ ପଣ୍ଡା , ଉଦୟନାଥ ସ୍ୱାଇଁ, ପ୍ରମୋଦ ପାଣିଗ୍ରାହୀ, କୁରେଶୁ ମହାରଣା , ହରିକୃଷ୍ଣ ପଣ୍ଡା , କୃଷ୍ଣଚନ୍ଦ୍ର ପଣ୍ଡା , ରମାକାନ୍ତ ଗୈାଡ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here