ଡି. ଏ. ଭି ପବ୍ଲିକ ସ୍କୁଲ ର “ପଲିଥିନ ମୁକ୍ତ” ସଚେତନତା ମୂଳକ ଗଣ ଦୌଡ

0
214

ବ୍ରହ୍ମପୁର, ୦୨/୧୦- ଗାନ୍ଧୀ ଜୟନ୍ତୀ ର ୧୫୦ତମ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ଡି. ଏ. ଭି ପବ୍ଲିକ ସ୍କୁଲ ତରଫରୁ ଏକ ଗଣ ଦୌଡ ର ଅୟୋଜନ କରାଯାଇଥିଲା। ସହରକୁ ପଲିଥିନ ମୁକ୍ତ ରଖିବା ଉଦ୍ଦେଶ୍ଯ ରେ ସଚେତନତା କରୁଥିବା ଏହି ଗଣ ଦୌଡ କୁ ବିଦ୍ୟାଳୟ ର ପରିଚାଳନା ସମିତି ର ସଭ୍ଯ ଶ୍ରୀ ମୁରଲୀ କ୍ରୀଷ୍ଣା ଉଦଘାଟନ କରିଥିଲେ। ଏହା ଖଲ୍ଲିକୋଟ ମହାବିଦ୍ୟାଳୟ ର ପ୍ରଙ୍ଗଣ ଠାରୁ ବାହାରି ବୈଦ୍ୟନାଥପୁର ଥାନା ପଯ୍ୟନ୍ତ ଯାଇଥିଲା। ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ଯକ୍ଷା ଶ୍ରୀମତୀ ଧାରା ଶ୍ରୀ ପାଢ଼ୀ ଙ୍କ ନେତୃତ୍ବ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here