ହିଞ୍ଜିଳିରେ ଗାନ୍ଧୀ ସଂକଳ୍ପ ଯାତ୍ରା ଅନୁଷ୍ଠିତ

0
165

ହିଞ୍ଜିଳିକାଟୁ-୦୨/୧୦— ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ହିଞ୍ଜିଳି ଠାରେ ଗାନ୍ଧୀ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଶିଶିର ମିଶ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ହିଞ୍ଜିଳିକାଟୁ ଅଞ୍ଚଳର ଶତାଧିକ ସମାଜସେବୀ, ଯୁବକ, ଗାନ୍ଧିପ୍ରେମୀ ଏହି ଯାତ୍ରାରେ ସାମିଲ ହୋଇଥିଲେ। ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ କାର୍ଯ୍ୟକର୍ତ୍ତା ମାନେ ଏକ ପଦଯାତ୍ରାରେ ବାହାରି ପାରିବ ବଜାର ଦେଇ ହିଞ୍ଜିଳି ବିନୋବା ମାର୍ଗ ହରିଜନ ସାହିରେ ପହଞ୍ଚି ସେଠାରେ ଏକ ପଥପ୍ରାନ୍ତ ସଭା ସହ ବସ୍ତି ବସିନ୍ଧାଙ୍କ ଠାରୁ ଚାଉଳ ସଂଗ୍ରହ କରାଯାଇଥିଲା। ଏହିପରି ହିଞ୍ଜିଳି ଗ୍ରାମର ବିଭିନ୍ନ ଅନୁସୂଚୀତ ଜାତିର ସାହିମାନଙ୍କରେ ପଥ ପ୍ରାନ୍ତ ସଭା କରାଯିବା ସହ ଚାଉଳ ସଂଗ୍ରହ କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ପଥ ପ୍ରାନ୍ତ ସଭା ଗୁଡିକରେ ସମ୍ବୋଧନ କରି ରାଷ୍ଟ୍ର ପ୍ରତି ମହାତ୍ମାଙ୍କ ତ୍ୟାଗ ଓ ଉତ୍ସର୍ଗ ସ୍ଵଛତା ପ୍ରତି ତାଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ବର୍ଜ୍ଜନ, ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଜଳ ସଂରକ୍ଷଣ ଉପରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ଏହା ପରେ ସ୍ଥାନୀୟ ପାଟଣା ସାହି ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ଠାରେ ବିଭିନ୍ନ ହରିଜନ ବସ୍ତିରୁ ସଂଗୃହୀତ ଚାଉଳରେ ରୋଷେଇ କରି କାର୍ଯ୍ୟକର୍ତ୍ତା ମାନେ ଭୋଜନ କରିଥିଲେ। ଏହି ପଦଯାତ୍ରାରେ ବରିଷ୍ଠ ଅଧିବକ୍ତା ନିର୍ମଳ ସାହୁ, ନୃସିଂହ ପ୍ରସାଦ ପଟ୍ଟନାୟକ, ଉମେଶ ଚନ୍ଦ୍ର ସାହୁ, ସମାଜସେବୀ ମାଧବ ଗୌଡ଼, ସାମ୍ବାଦିକ ତଥା ସାହିତ୍ୟିକ ଆକାଶ ପଟ୍ଟନାୟକ, ଯୁବ ସମାଜସେବୀ ଆଲୋକ କୁମାର ନାୟକ, ପଞ୍ଚାନନ ଡାକୁଆ, ନାରୀନେତ୍ରୀ ରଶ୍ମିତା ବେହେରା, ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୂଖ ସାମିଲ ହୋଇଥିଲେ।


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here