୧୫୦ତମ ଗାନ୍ଧୀ ଜୟନ୍ତୀ ଅବସର ରେ ବିଧାୟକ ଦାଶରଥି ଗୋମଙ୍ଗ ଙ୍କୁ ସମର୍ଥନା

0
177

ପାରଳାଖେମୁଣ୍ଡି,୦୨/୧୦- – ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ଆୟୋଜିତ ଗାନ୍ଧୀ ଜୟନ୍ତୀ ସମାରୋହରେ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ଗମାଙ୍ଗ କଂଗ୍ରେସ ଦଳର ବିଧାୟକ ଅଛନ୍ତି । ବିଧାୟକ ହେବା ପରେ କଂଗ୍ରେସ ଦଳର ସଂଗଠନ ମଜଭୁତ କରିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିବା ସହ ମୋହନା ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଓ ଉନ୍ନତି ପାଇଁ ପ୍ରତ୍ୟେକ ଗ୍ରାମକୁ ଗ୍ରସ୍ତକରି ଲୋକଙ୍କ ନିକଟତର ହେବା ସହ ଲୋକ ସେବାକୁ ନେଇ କାର୍ଯ୍ୟ କରୁଥିବା ଯୋଗୁଁ ଆଜି ମହାତ୍ମାଗାନ୍ଧୀ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନୀତ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଭୁତି ଭୁଷଣ ପାତ୍ର,ବରିଷ୍ଠ କଂଗ୍ରେସ ନେତା ବସନ୍ତ ପଣ୍ଡା,ଗରୁଡ ଧ୍ୱଜ ଚୌଧୁରୀ ପ୍ରମୁଖ ବିଧାୟକ ଶ୍ରୀ ଗମାଙ୍ଗଙ୍କୁ ସମ୍ମାନୀତ କରିଥିଲେ ।


ରିପୋର୍ଟ :ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here