୧୫୦ ତମ ଗାନ୍ଧୀ ଜୟନ୍ତୀ ପାଳିତ, ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

0
172

ପାରଳାଖେମୁଣ୍ଡି ତା.୦୨ଅକ୍ଟୋବର..ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଜାତି ର ଜନକ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି.ଏହି ଅବସର ରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ନଗର ପରିକ୍ରମା କରି ଜନସାଧାରଣଙ୍କୁ ପଲିଥିନ ଓ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସଚେତନ କରିଥିଲେ.ଶୋଭାଯାତ୍ରା ଶେଷରେ ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା. ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ମହନ୍ତ ଶ୍ରୀ ରାମାନନ୍ଦ ଦାଶ ଅତିଥି ଭାବେ ଉପସ୍ଥିତ ରହି ପିଲାମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ.ଶେଷରେ ପିଲାମାନେ ପଲିଥିନ ଓ ସିଙ୍ଗଲ ୟୂଜ ପ୍ଲାଷ୍ଟିକର ବ୍ୟବହାରକୁ ବର୍ଜନ କରିବା ପାଇଁ ଶପଥନେଇ ଥିଲେ.ସହପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.

LEAVE A REPLY

Please enter your comment!
Please enter your name here