ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ

0
169

 

ଦିଗପହଣ୍ଡି,୨/୧୦
ଜାତିରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉତ୍ସବ ଦିଗପହଣ୍ଡି ସହର ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତ୍ତା ଓ କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ସହିତ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ । ସଂଘର କର୍ମକର୍ତ୍ତା ମାନେ ବଜାର ସାହି ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ କରିବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ ସଂଘ ସଭାପତି ହରିକୃଷ୍ଣ ପଣ୍ଡା, ସମ୍ପାଦକ ନରହରି ସାହୁ, କାର୍ଯ୍ୟକାରୀ ସଦସ୍ୟ ପି.କ୍ରିଷ୍ଣାମ୍ମା, ବାଳକୃଷ୍ଣ ରଥ, ଯୁଧିଷ୍ଠିର ସ୍ୱାଇଁ, ପ୍ରକାଶ ଚନ୍ଦ୍ର ଗୌଡ, ରାମଚନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here