ସାହାଯ୍ୟ ପ୍ରାପ୍ତ ପାଠାଗାର ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ

0
276

ହିଞିଳିକାଟୁ ୨/୧୦ ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମର ସାହାଯ୍ୟ ପ୍ରାପ୍ତ ପାଠାଗାରର ସଭାପତି ଦୀପକ କୁମାର ପରିଡ଼ାଙ୍କ ନେତୃତ୍ୱରେ ବୁଧବାର ସକାଳ ସମୟରେ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି ।ମହାତ୍ମା ଗାନ୍ଧୀଙ୍କ ତୈଳ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ଶୁଭାରମ୍ଭ କରିଥିଲେ ।ଏହି ଉପଲକ୍ଷେ ସାହାଯ୍ୟ ପ୍ରାପ୍ତ ପାଠାଗାର ଯୁବକ ଗୋଷ୍ଠୀଙ୍କ ଦ୍ଵାରା ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ସମସ୍ତ ଯୁବକ ଗୋଷ୍ଠୀ ହାତରେ ଫ୍ଲାଗକାର୍ଡ ଧରି ସ୍ଥାନୀୟ ପାଠାଗାରରୁ ବାହାରି ଗ୍ରାମର ସାହି ସାହି ପରିକ୍ରମା କରିଥିଲେ।ଏହି ରାଲିରେ ପ୍ରାୟ ୬୦ଜଣ ଯୁବକ ଅଂଶଗ୍ରହଣ କରିଥିଲେ। ଏଥିରେ ଲୋକମାନଙ୍କୁ ସ୍ଵଚ୍ଛତା ସଚେତନତା ଉପରେ ବୁଝାଇଥିଲେ।ପରେ ରାସ୍ତା କଡ଼ରେ ପଡ଼ିଥିବା ଅଳିଆ ଅବର୍ଜନା ସମୂହ ସଫେଇ କରିଥିଲେ । ପରିକ୍ରମା ସମୟରେ କିଛି ମହିଳା ମାନେ ପାଇଖାନା ମିଳିନଥିବା ଅଭିଯୋଗ କରିଥିଲେ ।ସଭାପତି ଶ୍ରୀ ପରିଡା ଏନେଇ ବ୍ଳକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବୁଝାଇ କହିଥିଲେ ।ମଳତ୍ୟାଗ ବାହାରେ ନ କରିବା ପାଇଁ ମହିଳାମାମାନଙ୍କୁ ଅନୁରୋଧ କରିଥିଲେ ।

ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here