ଦୁର୍ଘଟଣାରେ ପଥଚାରୀଙ୍କ ମୃତ୍ୟୁ ଗାଡି ଚାଳକ ଗିରଫ

0
190

 

ଦିଗପହଣ୍ଡି – ୨/୧୦(ନିପ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ହାଟପଦା ଗାଁର ଗାଡ଼ି ଚାଳକ ଗୋବର୍ଦ୍ଧନ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗତ ମାର୍ଚ୍ଚ ୨୫ ତାରିଖ ରାତି ପ୍ରାୟ ସାଢେ଼ ୯ ଟା ରେ ଦିଗପହଣ୍ଡି – ବ୍ରହ୍ମପୁର ମୁଖ୍ୟ ରାସ୍ତାର ଡଙ୍କାରି ଗାଁ ଛକ ରାସ୍ତା କଡରେ ସିଦ୍ଧେଶ୍ୱର ଗ୍ରାମର ପ୍ରଫୁଲ୍ଲ କୁମାର ପାଢ଼ୀ ଓ ପ୍ରମୋଦ କୁମାର ପାଢ଼ୀ ଦୁଇ ଭାଇ ଠିଆ ହୋଇ କଥା ହେଉଥିବା ବେଳେ ବିପରୀତ ଦିଗରୁ ଏକ ହୁଣ୍ଡାଇ କାର ନଂ (ଓଡି ୦୨ ଆର ୭୨୨୪ )ଦୁଇ ଭାଇଙ୍କୁ ଧକ୍କା ଦେଇ ଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଫୁଲ୍ଲଙ୍କୁ ରାଜଧାନୀ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ସେ ଦୁଇ ଦିନ ପରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ପ୍ରମୋଦଙ୍କ ଏତଲା କ୍ରମେ ପୋଲିସ ଥାନା ମାମଲା ନଂ ୭୯/୧୯ ଅନୁଯାୟୀ ଅଭିଯୁକ୍ତ କାର ଚାଳକଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।ଚାଳକ ଘଟଣା ଦିନ ଠାରୁ ଫେରାର ଥିଲେ ବୋଲି ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here