ଶିକ୍ଷାନୁଷ୍ଠାନ ଗୁଡିକରେ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳିତ

0
205

ହିଞିଳିକାଟୁ ୨/୧୦:- ସାରା ଭାରତରେ ଅକ୍ଟବର ୨ତାରିଖ କୁ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି ।ସେହିପରି ବୁଧବାର ହିଞିଳିକାଟୁ ସହର ଓ ଆଖପାଖ ଅଞ୍ଚଳର ବିଦ୍ୟାଳୟ ଗୁଡିକରେ ୧୫୦ ତମ ଗାନ୍ଧୀଙ୍କ ଜନ୍ମ ଉତ୍ସବ ଗାନ୍ଧୀ ଜୟନ୍ତୀ ରୂପେ ପାଳନ କରାଯାଇଛି ।ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରାୟ ବିଦ୍ୟାଳୟର ୩୦୦ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତରହି ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଶିଶୁ ମାନଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ ସହ ପଥସଞ୍ଚଳନ କରାଯାଇଛି।ପରେ ସ୍କାଉଟ,ଗାଇଡ଼ ଶିଶୁ ଓ ଗୁରୁଜୀ ଗୁମରୁମାଙ୍କ ମିଳିତରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଥିବା ରୋଗୀଙ୍କୁ ଫଳ ବଣ୍ଟନ କରିବା ସହ ସଫେଇ କାର୍ଯ୍ୟକ୍ରମ ହୋଇଥିଲା ।ସେହି ପରି ସରକାରୀ ବୃନ୍ଦାବନ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ସଭାକକ୍ଷରେ ଗାନ୍ଧୀ ଓ ଶାସ୍ତ୍ରୀଜୟନ୍ତୀ ପାଳନ ସହିତ ଛାତ୍ରଛାତ୍ରୀମାନଙ୍କୁ ପ୍ଲାଷ୍ଟିକ ମୁକ୍ତ ସହର ଓ ସ୍ୱଚ୍ଛତା ସଚେତନତା କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପଟେଲଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏକ ସପ୍ତାହ ଧରି ଚାଲିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତିର ଜନକଙ୍କ ସମ୍ବଧିୟ ବିଭିନ୍ନ ପ୍ରତିଯୋତା ଓ ପ୍ରବନ୍ଧ ଲିଖନରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଛି ।ସହର ଓ ଅଞ୍ଚଳ ମଧ୍ୟରେ ଥିବା ବିଜ୍ଞାନ ମହାବିଦ୍ୟାଳୟ,ଖାମ୍ବେଦୋରା ମହାବିଦ୍ୟାଳୟ ପୋଚିଲିମା,ଏନ ଏସି ହାଇସ୍କୁଲ,ଧରିତ୍ରି ପବ୍ଲିକସ୍କୁଲ,ଓଁ ଇଣ୍ଟର ନେସିନାଲ, ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୁଡିକରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିବା ଜାଣାଯାଇଛି ।

ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here