ଗଜପତି ଜିଲ୍ଲାରେ ବିଜେପିର ପଦଯାତ୍ରା

0
477

ପାରଳାଖେମୁଣ୍ଡି — ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆଜି ଗାନ୍ଧୀ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିରାଟ ପଦଯାତ୍ରାରେ ଭାଜପାର ରାଜ୍ୟ ସାଧାରଣ ସମ୍ପାଦକ ଭୁଗୁ ବକ୍ସି ପାତ୍ରଙ୍କ ନେତୃତ୍ୱରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ବାହାରିଥିଲା। ପଦଯାତ୍ରାରେ ଗାନ୍ଧୀଙ୍କ ନିତୀ ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବାଜକୁ ସ୍ଲୋଗାନ ମାଧ୍ଯମରେ ସମଗ୍ର ସହର ପରିକ୍ରମା କରି ଜନ ସଚେତନତା କରାଇଥିଲେ।
ଏହି ଅବସରରେ ସଂଯୋଜକ ଭୁଗୁ ବକ୍ସି ପାତ୍ର ସାମ୍ବାଦିକ ମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ଦେଇ କହିଥିଲେ ଯେ ଭାରତୀୟ ଜନତା ପାର୍ଟି ଆଜି ଗାଁ ଗାଁ ଠାରୁ ଆରମ୍ଭ କରି ଦିଲ୍ଲୀ ପଯ୍ୟନ୍ତ ଏ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ କରିଛି। ଗାଁ ର ବିକାଶ ହେଲେ ଦେଶର ବିକାଶ ହେବ । ନରେନ୍ଦ୍ର ମୋଦି ସରକାର ସବକା ସାଥ ସବକା ବିଶ୍ୱାସ ଓ ବିକାଶ କଥା କହିଛନ୍ତି। ଏହି ସରକାର ଯେଉଁ ବ୍ୟବସ୍ଥା ସବୁ ପରିବେଶ ସ୍ୱଛ ରଖିବା, ସମାଜରେ ଗଛ ଲଗାଇବା ଓ ପରିବେଶକୁ ଠିକ୍ ରଖିବା ସମାଜ ସ୍ୱଛ ରହିଲେ ସମାଜ ବିକାଶ ହେବ ଏକଥା ସବୁ ଏହି ସରକାରଙ୍କ ନେତୃତ୍ୱରେ ଭାଜପା ଗାଁ କୁ ଗାଁ ଯାଇ ସାଧାରଣ ଜନତାଙ୍କ ସହ ମିଶି ଏକଜୁଟ କରି ଭାରତ ବର୍ଷକୁ ସ୍ୱଛ ରଖିବା ଓ ବିକଶିତ କରିବ ଏ ନେଇ ଭାଜପା ଆଜି ଏହି ସଂକଳ୍ପ ପଦଯାତ୍ରାରେ ବାହାରିଛି। ଅନ୍ୟ ପକ୍ଷରେ ଗାନ୍ଧୀଙ୍କ ନିତୀ ଆଦର୍ଶ ଓ ଅହିଁସାର ସମସ୍ତ ବ୍ୟବସ୍ଥାକୁ କେନ୍ଦ୍ର ସରକାର ,ଭାଜପା ଗାଁ ଗାଁରେ ପହଞ୍ଚିବାରେ ସଂକଳ୍ପ ନେଇଛି। ମହାତ୍ମାଗାନ୍ଧୀଙ୍କ ଗଥାକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜିଲ୍ଲା ଭାଜପାର କର୍ମକତା ନେତା ଏବଂ ସରକାର ଆମେ ସମସ୍ତେ ପାଳନ କରିବାର ଏକ ସଂକଳ୍ପ ନେଇଛୁ।
ଗାଁରେ ପ୍ଳାଷ୍ଟକ ବଜନ ହେଉ, ପରିବେଶକୁ ସଫା ରଖିବା ହେଉ, ଗଛ ଲଗାଇବା ହେଉ, ନିଶା ବିହୀନ ସମାଜ ତିଆରି କରିବା ହେଉ ସମସ୍ତ କଥାକୁ ସମାଜର ସାମୁହିକ ବ୍ୟବସ୍ଥାକୁ ବସାଇବା ପାଇଁ ଭାରତୀୟ ଜନତା ପାର୍ଟି ଏହି ସଂକଳ୍ପ ପଦଯାତ୍ରା ଆରମ୍ଭ କରିଛି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାରଳା ବିଧାୟକ କେ ନାରାୟଣ ରାଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣି ବେହେରା, ଜିଲ୍ଲା ସଭାପତି ଜି ଭେଙ୍କଟରାବଣା, ଜଗନ୍ନାଥ ମହାପାତ୍ର, ତ୍ରିପତି ନାୟକ, ଚିତ୍ରି ସିମାଦ୍ରି, ପି କ୍ରିଷ୍ଣା, ନୃସିଂହ ପଟ୍ଟନାୟକ, ମୁରୁଲୀ ଗୋପାଳ ରାଓ, ସୁନୀଲ ମହାପାତ୍ରଙ୍କ ସମେତ ନେତା କର୍ମ ଏହି ପଦଯାତ୍ରାରେ ଯୋଗଦେଇଥିଲେ।

ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here