Home ରାଜ୍ୟ ତିତିଲି କ୍ଷତିଗ୍ରସ୍ତଙ୍କ ଗୃହ ପ୍ରବେଶ

ତିତିଲି କ୍ଷତିଗ୍ରସ୍ତଙ୍କ ଗୃହ ପ୍ରବେଶ

0
127

ପାରଳାଖେମୁଣ୍ଡି, ୦୩/୧୦– ଗଜପତି ଜିଲ୍ଲାରେ ତିତିଲି ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଅନେକ ଧନଜୀବନ ନଷ୍ଟ କରିଥିଲା। କିଛି ଲୋକଙ୍କ ଘର ସମ୍ପୂନ୍ନ ନଷ୍ଟ ହୋଇଥିଲା। ଏପରିକି ପାହାଡ ଉପରେ ଥିବା କିଛି ଗାଁର ସମସ୍ତ ଘର କ୍ଷେତି ଗ୍ରସ୍ତ ହୋଇଥିଲା। ସରକାର ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଥିବା ବେଳେ ସମ୍ପୂନ୍ନ ଗାଁକୁ ମଧ୍ଯ ସ୍ଥାନାନ୍ତର ବ୍ୟବସ୍ଥା କରିଥିଲେ। ଗ୍ରାମ ବାସୀଙ୍କୁ ସରକାରୀ ଆବାସ ଯୋଜନା ଦେବା ସହ ନୂତନ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଥିଲେ। ବିପନ୍ନମାନେ ନିଜର ଘର ନିର୍ମାଣ କରିଥିବା ବେଳେ ସାରା ଜିଲ୍ଲାରେ ୧୨୧୪ ପରିବାର ଗୃହପ୍ରବେଶ କରିଛନ୍ତି।
ବିଶେଷ କରି ତିତିଲିରେ ସମ୍ପନ୍ନ ପ୍ରଭାବିତ କେରାଣ୍ଡି ପଞାୟତର ଏଲାସର, ରା. ଉଦୟଗିରି ବ୍ଳକର ଥାଟରାଜ କଲେନି ଏବଂ ବେତାରସିଂର ଲୋକ ମାନଙ୍କୁ ନୂତନ ସ୍ଥାନରେ ଥଇଥାନ ପାଇଁ ସରକାରୀ ପ୍ରଦାନ କରାଯାଇଥିଲା। ସେମାନେ ସେହି ନୂତନ ସ୍ଥାନରେ ସରକାରୀ ସହାୟତାରେ ଘର ନିର୍ମାଣ କରିବା ସହ ଗୃହ ପ୍ରବେଶ କରିଛନ୍ତି। ନୂତନ ଭାବେ ଗଢି ଉଠିଥିଲା ଗାଁ ମାନଙ୍କରେ ସୋଲାର ଲାଇଟ, ପାନୀୟ ଜଳ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିବା କହିଛନ୍ତି ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା। ଆଗାମୀ ଦିନରେ ସ୍ଥାନାନ୍ତରିତ ହୋଇଥିବା କିଛି ଗାଁର ସମେତ ଅନ୍ୟ ମାନେ ମଧ୍ୟ ଗୃହ ପ୍ରବେଶ କରିବେ। ସେମାନଙ୍କୁ ସରକାରୀ ଘୋଷଣା ମୁତାବକ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଗ୍ରାମ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା କହିଛନ୍ତି।


ରିପୋର୍ଟ:ପ୍ରଭାତ ପାତ୍ର

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!