ମୋ ସରକାର କାର୍ଯ୍ୟକ୍ରମ, ମେଡିକାଲକୁ ଦୂର୍ନୀତି ମୁକ୍ତ କରିବା ଓ ସ୍ବଛ ରଖିବାକୁ ଶପଥ

0
197

ପାରଳାଖେମୁଣ୍ଡି , ୦୩/୧୦– ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗତ କାଲି ‘ମୋ ସରକାର କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅନୁପମ ଶାହା, ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଚିକିତ୍ସାଳୟ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏଥିରେ ସମସ୍ତ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ରହି ଚିକିତ୍ସାଳୟରେ କୈାଣସି ଦୂର୍ନୀତି ତଥା ଲାଞ୍ଚ କାରବାର କରିବେ ନାହିଁ ବୋଲି ଶପଥ ନେଇଥିଲେ। ସେହିଭଳି ଏହି କାର୍ଯ୍ୟକ୍ରମର ଚିକିତ୍ସା ପରିସରକୁ ସ୍ବଛ ରଖିବାକୁ ଶପଥ ନେଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିକିତ୍ସାଳୟରେ ଡିଜିଟାଲ ସେବା କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ମୁଖ୍ୟ ଅତିଥି ଏହି ଡିଜିଟାଲ ସେବା କେନ୍ଦ୍ରକୁ ଉଦଘାଟନ କରିଥିଲେ। ଏହା ଦ୍ଵାରା ମେଡିକାଲରେ ସମସ୍ତ ରିପୋର୍ଟ ଡିଜିଟାଲ ସେବା ମାଧ୍ୟମରେ ମିଳିବ ବୋଲି ଜିଲ୍ଲାପାଳ ଅନୁପମ ସାହା କହିଥିଲେ। କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ମଧ୍ୟରେ ସିଡିଏମଓ ଡଃ ଗୁନୁରାଣୀ ପଟ୍ଟନାୟକ, ମେଡିକାଲ ଅଧୀକ୍ଷକ ଡଃ ରମେଶ ଚନ୍ଦ୍ର ମିଶ୍ର ଉପସ୍ଥିତ ରହିଥିଲେ।
ରିପୋର୍ଟ: ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here